ଡରାଉଛି ଡେଙ୍ଗୁ : ସୁନ୍ଦରଗଡ଼ରେ କାୟା ବିସ୍ତାର କରୁଛି ରୋଗ, ୪୧ ରୋଗୀ ଚିହ୍ନଟ
ସୁନ୍ଦରଗଡ଼ (କେନ୍ୟୁଜ୍) : ଡରାଉଛି ଡେଙ୍ଗୁ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଖତକୁରବାହାଲ ଗାଁରେ କାୟା ବିସ୍ତାର କରୁଛି ରୋଗ। ଏକ ସପ୍ତାହ ମଧ୍ୟରେ ୪୧ଜଣ ରୋଗୀ ଚିହ୍ନଟ ହୋଇସାରିଲେଣି। ତିନି ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି । ଏହି ସୂଚନା ମିଳିବା ପରେ, କୁତ୍ରା ବିଡିଓ ଏବଂ ଏକ ମେଡିକାଲ ଟିମ୍ ଆସି ଗାଁରେ ପହଞ୍ଚିଥିଲେ । ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ । ସଫାସୁତୁରା ପ୍ରତି ଧ୍ୟାନ ଦିଆଯାଉ ନାହିଁ । ଏହାସହ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନଥିବା, ଗାଁ ଲୋକେ ଅଭିଯୋଗ କରିଛନ୍ତି । କୁତ୍ରା ବ୍ଲକ ପ୍ରଶାସନ ଗାଁରେ ସଫେଇ କାମ କରିବା ସହ ଗ୍ରାମବାସୀଙ୍କୁ ସଚେତନ କରାଇଛି ।