Below header

ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗ, କନେଷ୍ଟବଳ ଜୀ. ଶ୍ରୀକାନ୍ତଙ୍କୁ ଗିରଫ କଲା ବିଷମକଟକ ପୋଲିସ

ରାୟଗଡା (କେନ୍ୟୁଜ୍) : ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଏପିଆର କନେଷ୍ଟବଳ ଗିରଫ । କନେଷ୍ଟବଳ ଗୁଇନ୍ଦା ବିଭାଗର ଜୀ. ଶ୍ରୀକାନ୍ତ କୁମାରଙ୍କୁ ଗିରଫ କରିଛି ବିଷମକଟକ ପୋଲିସ । ଗିରଫ ଶ୍ରୀକାନ୍ତଙ୍କଠାରୁ ଗୋଟିଏ ୯-ଏମ୍ଏମ୍ ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି, ଦୁଇଟି ମାଗାଜିନ୍, ତିନିଟି ମୋବାଇଲ୍ ଫୋନ୍ ଓ ଗୋଟିଏ ସ୍କୁଟି ଜବତ ହୋଇଛି । ପାରାବେଡା ଅଞ୍ଚଳର ବ୍ୟବସାୟୀ ସବନ କୁମାର ମହାନ୍ତିଙ୍କୁ ଗତ ୪ ତାରିଖରେ ଫୋନ୍ ଯୋଗେ ଧମକ ଦେବା ସହ ଟଙ୍କା ଦାବି କରିଥିଲେ । ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ସବନଙ୍କ ସୁପରଭାଇଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନକ୍ସଲ ନାଁରେ ଚାନ୍ଦା ମାଗିଥିଲେ । ଏନେଇ ସବନ ବିଷମକଟକ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ପୋଲିସ ଶ୍ରୀକାନ୍ତଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.