Below header

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ, ଆଜି ସୁପ୍ରିମକୋର୍ଟରେ ଦାଖଲ ହୋଇପାରେ ଷ୍ଟାଟସ ରିପୋର୍ଟ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଛେଦ ନେଇ ଆଜି ସୁପ୍ରିମକୋର୍ଟରେ ଦାଖଲ ହୋଇପାରେ ଷ୍ଟାଟସ ରିପୋର୍ଟ । ଆମିକସ କ୍ୟୁରୀ ରଞ୍ଜିତ କୁମାର ରିପୋର୍ଟ ଦାଖଲ କରିବା ସମ୍ଭବନା ରହିଛି । ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ୭ ତାରିଖରେ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର‌୍ୟ୍ୟର ତଦାରଖ କରିଥିଲେ । ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ଉଚ୍ଛେଦ କାର‌୍ୟ୍ୟର ଅଗ୍ରଗତି ଓ ସ୍ଥିତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସ୍ଥିତି ଅନୁଧ୍ୟାନ ପରେ ଆମିକସ କ୍ୟୁରୀ କହିଛନ୍ତି, ବିକାଶ ପାଇଁ ଉଚ୍ଛେଦ କାମରେ ରୋକ୍ ଲଗାଇବା ଠିକ୍ ନୁହଁ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.