ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କାହିଁକି
ବଢ଼ିବାରେ ଲାଗିଛି ତେଲ ଦର। ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର । ସାଉଦି ଆରବରେ ଦୁଇଟି ବଡ଼ ତୈଳ କାରଖାନାରେ ବଡ଼ ଧରଣ ଡ୍ରୋନ୍ ଆକ୍ରମଣ ହୋଇଛି । ଡ୍ରୋନ୍ ଆକ୍ରମଣ ଯୋଗୁ କାରଖାନାରେ ଅଗ୍ନିକାଣ୍ଡ ହୋଇଛି । ତେଣୁ ତୈଳ କାରଖାନାକୁ ବନ୍ଦ କରି ଦିଆଯାଇଛି । ଯେତେବେଳେ ଏହି କାରଖାନାରେ ଆକ୍ରମଣ ହୋଇଥାଏ, ସେତେବେଳେ ତେଲ ଦର ବୃଦ୍ଧି ହୋଇଥାଏ ।
ଏହି ଆକ୍ରମଣ ଯୋଗୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଅଭାବ ଦେଖାଦେଇଛି । ଫଳରେ ତେଲ ଦରରେ ୫ରୁ ୭ ଡଲାର ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହା ଦ୍ୱାରା ଭାରତ ମଧ୍ୟ ପ୍ରଭାବିତ ହେବ । ଭାରତ ଦ୍ୱିତୀୟ ସର୍ବାଧିକ ତେଲ ସାଉଦି ଆରବରୁ କିଣୁଛି ।