ଘର ସାରା ପଡିଛି ରକ୍ତ କିନ୍ତୁ ମିଳୁନି ଲୋକର ପତ୍ତା

ଗଜପତି (କେନ୍ୟୁଜ୍) : ଜଣକୁ ହତ୍ୟା ଆଶଙ୍କାରେ ଗଜପତି ଜିଲ୍ଲା ଗୁରାଣ୍ଡି ଗାଁରେ କୋକୁଆ ଭୟ। ହରିଜମ ସାହିର ସାଗରପଲ୍ଲୀ କମଲଙ୍କ ଘରେ ଚଟାଣ ସାରା ରକ୍ତ ଦେଖାଯିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହାସହ କମଲ ମଧ୍ୟ ନିଖୋଜ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି କି ସେ କେଉଁଠି ଅଛନ୍ତି ସେନେଇ ସସ୍ପେନ୍ସ ଦେଖାଯାଇଛି। ତେବେ ମୃତଦେହ ନଥିବାରୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କମଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ଓ ସ୍ଥାନୀୟ ଲୋକଙ୍କ ସହ ଖୋଜାଖୋଜି ଜାରି ରଖିଛି। କମଲ ଘରେ ଏକା ଶୋଇଥିବା ବେଳେ ତାଙ୍କୁ କେହି ହତ୍ୟା କରି ଶବ ନେଇଯାଇଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ। ଏହାକୁ ନେଇ ଗାଁ ଲୋକେ ଭୟରେ ଅନିଦ୍ରା ରହିଛନ୍ତି। ଘଟଣାକ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.