Below header

‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୟୂରଭଞ୍ଜରେ ତତ୍ପରତା, ୩୦ ଥାନାଧିକାରୀଙ୍କ ସହ ଆଲୋଚନା କଲେ ଏସପି

ମୟୂରଭଞ୍ଜ (କେନ୍ୟୁଜ୍) : ଅକ୍ଟୋବର ୨ରୁ ରାଜ୍ୟରେ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । ସମସ୍ତ ପୋଲିସ ଅଧିକାରୀ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଦେବେ । ଏନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପର ପ୍ରକାଶ ପାଇଛି । ଜିଲ୍ଲାର ୩୦ଟି ଥାନାର ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମକୁ କଡାକଡି ପାଳନ କରିବାକୁ କହିଛନ୍ତି ମୟୂରଭଞ୍ଜ ଏସପି। କାର୍ଯ୍ୟ ଦକ୍ଷତାକୁ ନେଇ ପଦନ୍ନୋତି ଓ ଅବହେଳା ସ୍ଥଳରେ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୬୬୫ଜଣ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏତଲାକାରୀଙ୍କ ସହ କଥା ହୋଇ ପୋଲିସର ଆଚାର ବ୍ୟବହାର ସମ୍ପର୍କରେ ଅବଗତ ହେବେ ମୁଖ୍ୟମନ୍ତ୍ରୀ । ସରକାରଙ୍କ ଏଭଳି ପଦକ୍ଷେପକୁ ଜିଲ୍ଲାରେ ସ୍ୱାଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.