Below header

ଓଡ଼ିଶା କ୍ରିକେଟରେ ଆରମ୍ଭ ହେଲା ଜାଫର ଯୁଗ, OCAର ମୁଖ୍ୟ କୋଚ ଭାବେ ଯୋଗ ଦେଲେ ୱାସୀମ ଜାଫର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା କ୍ରିକେଟରେ ଆରମ୍ଭ ହେଲା ଜାଫର ଯୁଗ। OCAର ମୁଖ୍ୟ କୋଚ ଭାବେ ଯୋଗ ଦେଲେ ୱାସୀମ ଜାଫର। ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ୱାସୀମ। ନିଜର ଯୋଗ ଦାନ ସମୟରେ ପ୍ରତିକ୍ରିୟା ରଖି ଜାଫର କହିଛନ୍ତି ନୂତନ ଖେଳାଳୀ, ନୂଆ ସ୍ଥାନରେ ଚ୍ୟାଲେଞ୍ଜ ଅଧିକ ରହିବ। ପିଲାଙ୍କୁ ଅତ୍ୟାଧୁନିକ ଟେ୍ନୋଲୋଜୀ ଜରିଆରେ ପ୍ରଶିକ୍ଷଣ ଦିଆଯିବ।

ପିଲାଙ୍କ ମନବଳ ବୃଦ୍ଧି କରିବା ହେଉଛି ଲକ୍ଷ୍ୟ। ଅନ୍ତର୍ଜାତୀୟ ସ୍ତରରେ ପିଲା କିପରି ଚୟନ ହେବେ ସେ ନେଇ ପୁରା ଜୋରଦାର ଉଦ୍ୟମ ହେବ। ଓଡ଼ିଶା ଖେଳାଳୀ ପୂର୍ବରୁ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ବର୍ତ୍ତମାନର ଖେଳାଳୀଙ୍କ ପାଖେ ଧର୍ଯ୍ୟର ଅଭାବ ରହିଛି। ସ୍ଵଳ୍ପ ସମୟ ମଧ୍ୟରେ ଗୋଟିଏ ବଡ଼ ଟିମ୍ ଗଠନ କରାଯାଇ ପାରିବ ନାହିଁ। ଭଲ ଓ ମଜଭୁତ ଟିମ୍ ଗଠନ କରିବା ପାଇଁ ଅତି କମରେ ଦୁଇରୁ ତିନି ବର୍ଷ ସମୟ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.