Below header

ବାଲେଶ୍ବର: ପୋଲିସ କରୁଛି ଅନ୍ୟ ଗାଡ଼ି ଚେକିଂ କିନ୍ତୁ ନିଜ ଗାଡ଼ିର ନାହିଁ ଲାଇସେନ୍ସ କି ପଲ୍ୟୁସନ୍, ଲୋକେ ମାଗିଲେ କୈଫତ୍

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର  ଟୋଲ ଗେଟ ବଜାର ନିକଟରେ ପୋଲିସ ଗାଡିକୁ ଅଟକ ରଖିଲେ ସ୍ଥାନୀୟ ଲୋକେ। ଆଜି ଦ୍ୱିପ୍ରହର  ବସ୍ତା ପୋଲିସ ପକ୍ଷରୁ  ଟୋଲ ଗେଟ ନିକଟରେ ମାସ୍କ,ହେଲମେଟ ସହିତ, ଗାଡି କାଗଜ ପତ୍ର ଯାଞ୍ଚ କରା ଯାଉଥିଲା।  ଅନେକ ଲୋକଙ୍କ  ନିକଟରେ କାଗଜ ପତ୍ର ନଥିଲେବି, ଅନ ଲାଇନରେ  କାଗଜ ପତ୍ର ଦେଖାଇ ଥିଲେ। ମାତ୍ର ପୋଲିସ କୌଣସି କଥା ବୁଝି ନଥିଲା କି କୌଣସି କଥା ଶୁଣି ନଥିଲା।

ଏହାକୁ ନେଇ ପୋଲିସ ସହ ଲୋକଙ୍କ ଯୁକ୍ତିତର୍କ ହୋଇ ଥିଲା। ତେବେ ଲୋକଙ୍କ ମନରେ ପୋଲିସ ପ୍ରତି ସନ୍ଦେହ ହେବାରୁ  ମୋବାଇଲରେ ପୋଲିସ  ଭ୍ଯାନର ନମ୍ବର ଯାଞ୍ଚ  କିରିଥିଲେ।   ତେବେ  ଯାଞ୍ଚ ବେଳେ ଗାଡିର  କୌଣସି କାଗଜ ପତ୍ର ଏବଂ ଭ୍ଯାଲିଡ ଇନ୍ସୁରାନ୍ସ  ନପାଇବାରୁ ପୋଲିସ ଭ୍ଯାନକୁ ଅଟକ କରିଥିଲେ ଲୋକେ ।  ଯାହାକୁ କେନ୍ଦ୍ର କରି ଘଟଣା ସ୍ଥଳରେ ଚାପା  ଉତ୍ତେଜନା ଦେଖାଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.