ଛାତିଏ ପାଣିରେ ପଶି ମାଓବାଦୀଙ୍କ ସହ ମୁକାବିଲା କରୁଛନ୍ତି ଯବାନ, ଭାଇରାଲ ହେଉଛି ଚିତ୍ର

ମାଲକାନାଗିରି (କେନ୍ୟୁଜ) : ଆମ ବୀର ଯବାନମାନେ ଆମ ସୁରକ୍ଷା ପାଇଁ କେତେ ଯେ ପରିଶ୍ରମ କରନ୍ତି। ତାର ଏକ ଝଲକ ଆଜି ଆମେ ଆପଣଙ୍କୁ ଦେଖାଇବୁ। ଯାହାକୁ ଦେଖିଲେ ଆପଣ ବି ଏମାନଙ୍କ ସାହସ ଆଉ ତ୍ୟାଗ ପାଖରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବେ। ଯବାନମାନେ ନିଜ ଜୀବନକୁ ବାଜି ଲଗାଇ କିଭଳି ମାଓ ଇଲାକାରେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ତାର ଆଉ ଏକ ଚିତ୍ର ଆଜି ଆମେ ଆପଣଙ୍କୁ ଦେଖାଇବୁ।

ମାଲକାନଗିରି ସୀମାନ୍ତ ଛତିଶଗଡର ଦାନ୍ତେୱାଡ଼ା ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଚିତ୍ର। ଦାନ୍ତେୱାଡାର ଘଞ୍ଚ ଜଙ୍ଗଲରେ ମାଓ ଶିବିର ଥିବା ଏବଂ ମାଓବାଦୀମାନେ ପୁଣି କୌଣସି ନୂଆ ଯୋଜନା କରୁଥିବାରୁ ଖବର ପାଇଥିଲା ଦନ୍ତେୱାଡା ପଲିସ। ତୁରନ୍ତ ସିଆରପିଏଫ ଏବଂ ଡିଆରଜି ଯବାନ ବାହାରିଥିଲେ ଅପରେସନକୁ। କିନ୍ତୁ ଲଗାଣ ବର୍ଷାରେ ଏମାନଙ୍କ ବାଟ ଓଗାଳି ଥିଲା ପାହାଡ ପାଣି। କିନ୍ତୁ ପାହାଡିଆ ପାଣିର ସ୍ରୋତ ଭାଙ୍ଗିପାରିଲାନି ଏମାନଙ୍କ ମନୋବଳକୁ ଆଉ ଅଟକାଇ ପାରିଲାନି ଯବାନଙ୍କ ଅପରେସନକୁ। ହାତକୁ ହାତ ଛନ୍ଦି ଯବାନମାନେ ଗୋଟିଏ ପରେ ଗୋଟିଏ ପାହାଡ଼ିଆ ନଦୀକୁ ପାର କରି ଆରମ୍ଭ କରିଥିଲେ ଅପରେସନ୍‌।

jawanଏପଟେ ଯବାନଙ୍କ ଆସିବା ଖବର ଶୁଣି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । କିନ୍ତୁ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଥିଲେ ଯବାନ୍‌। କାରଣ ମାଓ ଇଲାକାରେ ମାଓବାଦୀମାନେ ବାରମ୍ବାର ପ୍ରଜାକୋର୍ଟ କରି ସାଧାରଣ ଲୋକଙ୍କୁ ନିସ୍ତୁକ ମାଡ ମାରିବା ସହ ହତ୍ୟା ମଧ୍ୟ କରୁଛନ୍ତି । ଏହାସହିତ ଆସନ୍ତା ୨୮ ତାରିଖରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ପୋଲିସ ଅପରେସନକୁ ଆହୁରି ଜୋରଦାର କରିଦେଇଛି। ବର୍ଷା ଦିନ ଥିବାରୁ ଅପରେସନ ଯେତେ କଠିନ ହେଲେ ମଧ୍ୟ ଲୋକଙ୍କ ସୁରକ୍ଷା ପାଇଁ ପୋଲିସର ଏଭଳି କାର୍ଯ୍ୟ ନିହାତି ଭାବେ ପ୍ରଶଂସାଯୋଗ୍ୟ।

ଏ ଚିତ୍ର ହିଁ ବଖାଣୁଛି ଆମ ଯବାନ ମାନଙ୍କ ତ୍ୟାଗ। କେତେ ଯେ ପରିଶ୍ରମ କରୁଛନ୍ତି ତାହା ଏହି ଭାଇରାଲ ଚିତ୍ର ହିଁ ଦର୍ଶାଉଛି। ହାତକୁ ହାତ ଛନ୍ଦି ଅତି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି ଏମାନେ। ଟିକିଏ ବି ଅସାବଧାନତା କିଛି ବି ଘଟାଇପାରେ। କିନ୍ତୁ ଏମାନଙ୍କ ସାହସ ଆଉ ବିଶ୍ୱାସ ତାଙ୍କୁ ଏଥିରେ ସଫଳ କରୁଛି। ଆମ ବୀର ଯବାନ ମାନଙ୍କୁ ଆମର ସଲାମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.