Below header

ଡେଜର୍ଟକୁ ଦିଅନ୍ତୁ ଏକ ନୂଆ ଟ୍ଵିଷ୍ଟ, ଆଜି ହିଁ ଘରେ ବନାନ୍ତୁ “କର୍ଣ୍ଣ ଫ୍ଲାକ୍ସ ଲଡ଼ୁ”

ଆପଣ ତ ନିଶ୍ଚିନ୍ତ ରୂପେ ବୁନ୍ଦି ଲଡୁ, ରାଶି ଲଡୁ କିମ୍ବା ବାଦାମ ଲଡୁ ଖାଇଥିବେ । କିନ୍ତୁ କେବେ ମକା ଲଡୁର ନାଁ ଶୁଣିଛନ୍ତିକି । ଶୁଣି ନାହାନ୍ତି ନା । ତେବେ ଏମିତି ଏକ ନୂଆ ରେସିପିର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆଜି ଜଣାନ୍ତୁ । ଆଉ ଝଟପଟରେ ଘରେ ବନାଇ ନିଜେ ଏହାର ମଜା ନେବା ସହ ଘର ଲୋକଙ୍କୁ ବି ଚଖାନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ:

୨ କପ କର୍ଣ୍ଣ ଫ୍ଲାକ୍ସ

ଗୋଟେ କପ ଗୁଡ

corn flakes ladoo

ଅଧ ଚାମଚ ଗୁଜୁରାତି ଗୁଣ୍ଡ

ଗୋଟେ ଚାମଚ ଘିଅ

ପାସ୍ତୁତି ପ୍ରଣାଳୀ;

ଶୀଘ୍ର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ୟାନରେ କିଛି ପାଣି ଦିଅନ୍ତୁ । ଆଉ ଏହି ପାଣିରେ କିଛି ଗୁଡ ପକାନ୍ତୁ । ଗୁଡ ସମ୍ପୂର୍ଣ୍ଣ ରୂପେ ମିଶିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଗୁଡ ଏକ ଗାଢ଼ ଘୋଳରେ ପରିଣତ ହେଇ ଆସିଲେ ପୂର୍ବରୁ ରଖିଥିବା କର୍ଣ୍ଣ ଫ୍ଲାକ୍ସକୁ ସେଥିରେ ପକାଇ ଦିଅନ୍ତୁ । ଟିକେ ଭଲ କରି ମିଶି ଆସିଲେ ସେଥିରେ ଗୁଜୁରାତି ଗୁଣ୍ଡ ଓ ଘିଅ ମିଶାନ୍ତୁ । ଏବେ ଏହି ମିକ୍ସଚର ଟି ସମ୍ପୂର୍ଣ୍ଣ ରୂପେ ମିଶିବା ଯାଏଁ ଧୀରେ ଧୀରେ ଗୋଳାନ୍ତୁ । ହୋଇଆସିଲେ ଚୁଲିରୁ ଓଲ୍ହାଇ ଛୋଟ ଛୋଟ ଲଡୁ ଆକାରରେ ପ୍ରସ୍ତୁତ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.