Below header

କୋଭିଡ ସ୍ଥିତି ଓ ସମ୍ଭାବ୍ୟ ତୃତୀୟ ଲହରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ଦେଲେ ଆହ୍ବାନ

କେନ୍ୟୁଜ୍(ବ୍ୟୁରୋ):  ନବୀନଙ୍କ ଫୋକସ୍‌ରେ କରୋନାର ତୃତୀୟ ଲହର ମୁକାବିଲା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଗଷ୍ଟ ଶେଷ ବେଳକୁ ଯଦି କରୋନା ତୃତୀୟ ଲହର ଆସେ, ଏହାକୁ ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ଓ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରି ଏହା କହିଛନ୍ତି । ଗତ କିଛି ସପ୍ତାହ ହେଲା ରାଜ୍ୟରେ କମିଛି ପଜିଟିଭ ହାର । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବା ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ତଥାପି ଆତ୍ମସନ୍ତୋଷ ନୁହେଁ । ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ଦ୍ଵିତୀୟ ଲହରରେ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ମିଶନ ଶକ୍ତିର ମା’ମାନଙ୍କ ଠାରୁ ଆରମ୍ଭ କରି street vendor ପ୍ରଭାବିତ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ୧୦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଦିଆଯାଉଛି ସହାୟତା । ଗରିବ ଲୋକଙ୍କୁ ଏଯାଏ ୨୦୦୪ କୋଟି ଟଙ୍କା କୋଭିଡ ସହାୟତା ପ୍ରଦାନ କରାଯାଇଛି ।

ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପି.କେ ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନରପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରିତା ସଂପର୍କରେ ଉପସ୍ଥାପନା ରଖିଥିଲେ ।
ପ୍ରତି ଜୀବନ ମୂଲ୍ୟବାନ । ଏହା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନୀତିର ଆଧାର । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ୱ ରହିଛି । ଏଥିପାଇଁ IICଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ପି ଓ ଜିଲ୍ଲାପାଳ ଯତ୍ନବାନ ରହିବା ପାଇଁ ନବୀନ ପରାମର୍ଶ ଦେଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.