Below header

ନନ୍ଦନକାନନରେ ଧଳା ବାଘୁଣି ରୁପା ଜନ୍ମ ଦେଲା ୩ ଟି ଛୁଆ, ମାରିଦେବା ଭୟରେ ମା ଠାରୁ ଛଆକୁ ଅଲଗା କଲେ

ଭୁବନେଶ୍ବର(କେନ୍ୟୁଜ୍ ):  ଆଜି ନନ୍ଦନକାନନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମ କଲା ମାଠାରୁ ଦୂରରେ ରହିଛନ୍ତି ବାଘ ସାବକ । ପ୍ରଥମ ଥର ଖୁଆଡ ରହି ବୁଲୁ ଥିବା ବେଳେ ଧଳା ବାଘୁଣି ରୁପା, ଏକ ସନ୍ତାନ ପ୍ରସବ କରିଛି । ଯାହା କି ନନ୍ଦନକାନନ ପ୍ରାଣି ଉଦ୍ୟାନ ପାଇଁ ଏକ ନୂତନ ଘଟଣା । ପର୍ଯାଟକ ଦେଖିବା ନିମନ୍ତେ  ଆଜି ସକାଳେ ଧଳା ବାଘୁଣୀ ରୁପାକୁ ଖୁଆଡ ନଂ ୨୧ରେ ଛଡା ଯାଇଥିଲା । ପ୍ରାୟ ସାଢେ ଆଠଟା ବେଳେ ରୁପା ଖୁଆଡରେ ବୁଲାବୁଲି କରିବା ବେଳେ କିଛି ଯନ୍ତ୍ରଣା ଅନୁଭବ କରୁଥିଲା ଯାହାକୁ ପର୍ଯାଟକ ଦେଖିଥିଲେ  । କିଛ ସମୟ ପରେ ରୁପା ଜନ୍ତ୍ରଣା ପାଇ ସେଠାରେ ଏକ ବାଘ ଶାବକ ଜନ୍ମ ଦେଇ ଥିଲା । ଏପରି ବିରଳ ଦୃଶ୍ୟ ଦେଖି ପର୍ଯାଟକ ମାନେ ଉଲ୍ଲସିତ ହୋଇ ଉଠିଥିଲେ । ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଖବର ପାଇ ପଶୁ ଚିକିତ୍ସକ ସହିତ କିଛି କର୍ମଚାରୀ  ଆସି ଘଟଣା ସ୍ଥଳରେ ପହଂଚି ବାଘୁଣୀ ରୁପା ଓ ତାର ଛୁଆକୁ କିପରି ଖୁଆଡ ଭିତରେ ଜତ୍ନ ନେଇ ହେବ, ସେନେଇ ଚେଷ୍ଟା କରିଥିଲେ । ହେଲେ ଅନେକ ଚେଷ୍ଟା ପରେ ବାଘୁଣୀ ଖୁଆଡ ଭିତରୁ କୋଠରୀ ଭିତରକୁ ଫେରି ନଥିଲା । ଖୁଆ଼ଡ ଚାରି ପଟେ ପର୍ଯାଟକଙ୍କ ଭିଡ ରହିଲେ ବାଘୁଣି ତାର ଛୁଆକୁ ମାରି ଦେବାର ସମ୍ଭାବନା ଥିଲା  ।

 

ଏଥିପାଇଁ ବାଘୁଣୀ ରହୁଥିବା ଖୁଆଡ ନଂ ୨୧ ର ଚାରିପଟେ  ବାଉଁଶ ତଲେଇ ଓ ପ୍ଲା୍ଷ୍ଟିକ ଜରିରେ କତୃପକ୍ଷଙ୍କ ନିର୍ଦେଶରେ  ଆବଦ୍ଧ କରି ଦିଆଗଲା । କିଛି କର୍ମଚାରୀ ଓ ପଶୁ ଚିକିତ୍ସକମାନେ ଖୁଆଡ ନିକଟରେ ଜଗି ରହି ବାଘୁଣିର ଗତିବିଧି ଉପରେ ନଜର ରଖିଥିଲେ । ବାଘୁଣିର ଏହା ପ୍ରଥମ ଶାବକ ହୋଇଥିଲେ ମଧ୍ୟ ସେତାର ଛୁଆର ପ୍ରକୃତ ଜତ୍ନ ନେଇଥିଲା  ଯାହାକି କତ୍ତୃପକ୍ଷ  ଆସ୍ବସ୍ତି ଅନୁଭବ କରିଥିଲେ  ।  ତେବେ ଦିନ ଭିତରେ ଆଉ କିଛି ଶାବକ ଜନ୍ମ ହେବାର ସମ୍ଭାବନା ଥିବାରୁ କର୍ମାଚାରୀ ମାନେ କଡା ନଜର ରଖି ବାଘୁଣିକୁ ଜଗି ରହିଥିଲେ । ପ.ରେ ବାଘ ରୂପା ଅଆଉ ୨ଟି ଛୁଆ ଜନ୍ମ କରିଛି । ଆଜିର ୩ଟି ଛୁଆକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୯ ଟି ବାଘ ନନ୍ଦନକାନନରେ ଅଛନ୍ତି ।

ସୂଚନା ମୁତାବକ ଧଳା ବାଘୁଣି  ବିଜୟା ଠାରୁ  ଗତ ୨୦୧୮ ମସିହାରେ, ଗୋଟିଏ  ମାଇ ଧଳା ବାଘୁଣୀ  ରୁପା  ଏବଂ ଅଣ୍ଡିରା ବାଘ  ରାଜେଶ   ଜନ୍ମ ହୋଇଥିଲେ । ୪ ବର୍ଷର ଦୁଇ ବାଘ ସହିତ ତାର ମା ବିଜୟାକୁ  ଗତ ବର୍ଷ ଠାରୁ ବାଘ ସଫାରୀରେ ଛଡା ଯାଉଥିଲା । ସଫାରୀ ରହୁଥିବା ବେଳେ  ଗତ ନଭେମ୍ବର ମାସରେ ରୁପା ସହିତ ରାଜେଶ ମିଳନ ହୋଇଥିଲା । ମା ଠାରୁ ତିନି ଛୁଆମାନଙ୍କୁ କର୍ତ୍ତୃପକ୍ଷ ନିଜ ହେପାଜତରେ ପାଳିବା ପାଇଁ ନେଲେ ନିଷ୍ପତ୍ତି । ମାକୁ ଏକା ରଖି ତିନି ଛୁଆଙ୍କୁ ଅଲଗା କରି ନିଜ ହେପାଜତକୁ ଆଣିଲେ କର୍ତ୍ତୃପକ୍ଷ । ଦୁଇଟି ଅଣ୍ଡିରା ଧଳା ଛୁଆ ଏବଂ ଗୋଟିଏ ମାଇ ସାଧାରଣ ରଙ୍ଗର ଛୁଆଙ୍କୁ ଆଜି ବାଘୁଣି ରୁପା ଜନ୍ମ ଦେଇଛି । ବର୍ତ୍ତମାନ ନନ୍ଦନକାନନରେ ବାଘ ମାନଙ୍କ ସଂଖ୍ୟା ୨୯ କୁ ବୃଦ୍ଧି ପାଇଛି ।ତିନୋଟି ଛୁଆଙ୍କୁ ନିଜ ହେପାଜତରେ ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଦୁଇଟି ଅଣ୍ଡିରା ଧଳା ଗୋଟିଏ ସାଧାରଣ ରଙ୍ଗର ମାଇ ଛୁଆ ଜନ୍ମ ଦେଇଛି ବାଘୁଣି ରୁପା । ମା ଓ ତିନି ଛୁଆ ସମସ୍ତେ ସୁସ୍ଥ ଥିବା ବେଳେ ମାକୁ ଏକା ଏକା ରହିବା ପାଇଁ ବାଧ୍ୟ କରିଛନ୍ତି କର୍ତ୍ତୃପକ୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.