ଦଳମତରୁ ଉପରକୁ ଉଠି କାମ କର:  ହିଞ୍ଜିଳି ଓ ଶେରଗଡ଼ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର

କେନ୍ୟୁଜ୍(ବ୍ୟୁରୋ):ହିଞ୍ଜିଳି, ଶେରଗଡ଼ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ହିଞ୍ଜିଳି ଓ ଶେରଗଡ ବ୍ଲକର ଉନ୍ନତି ପାଇଁ ସମସ୍ତେ ମିଳିମିଶି ଏକ ଟିମ୍‌ ଭାବରେ କାମ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଦଳମତରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା ବୋଲି ନବୀନ କହିଛନ୍ତି । ବିକାଶ ସବୁବେଳେ ଆମର ଫୋକସ୍‌ ହୋଇ ରହିଆସିଛି ।

ବିକାଶ ପାଇଁ ଆମର କଠିନ ପରିଶ୍ରମକୁ ଜନସାଧାରଣ ସବୁବେଳେ ସ୍ୱୀକୃତି ଦେଇଛନ୍ତି । ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଐତିହାସିକ ରାୟ ଦେଇଛନ୍ତି । ସେଥିପାଇଁ ଜନସାଧାରଣଙ୍କ ନିକଟରେ ଋଣୀ ବୋଲି ସେ କହିଥିଲେ । ଏ ବିଜୟ ଏକ ବହୁତ ବଡ଼ ଦାୟିତ୍ୱ ବୋଲି ପ୍ରକାଶ କରି ନବୀନ କହିଥିଲେ, ମୁଁ ଆଶା କରୁଛି ଯେ ଆପଣମାନେ ଆପଣଙ୍କ ଗାଁର, ଆପଣଙ୍କ ଅଞ୍ଚଳର ବିଜୟ ପାଇଁ କାମ କରିବେ । ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ । 5-T ସ୍କୁଲ ରୂପାନ୍ତର କାମକୁ ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ବିକାଶ କାମକୁ ଆହୁରି ଜୋରରେ ଆଗେଇ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.