Below header

ନାଟୋ-ରୁଷ୍‌ ମୁହାଁମୁହିଁ ହେଲେ ତୃତୀୟ ବିଶ୍ୱଯୁଦ୍ଧ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ):  ରୁଷ୍‌ ବିରୋଧରେ ବାଇଡେନ୍‌ଙ୍କ ନୂଆ ଆର୍ଥିକ ପ୍ରତିବନ୍ଧକ। ରୁଷିଆର ଆଲକୋହଲ୍‌, ସି ଫୁଡ୍‌ ଓ ହୀରା ଆମଦାନୀ ଉପରେ କଟକଣା ଲଗାଇବ ଆମେରିକା । ସମସ୍ତ ରୁଷ ବ୍ୟବସାୟୀଙ୍କ ଉପରେ ଲାଗିବ ପ୍ରତିବନ୍ଧକ । ଘୋଷଣା କଲେ ଜୋ ବାଇଡେନ୍‌ । ଆମେରିକା ଓ G-7 ରାଷ୍ଟ୍ରମାନେ ମୋଷ୍ଟ ଫେଭର୍ଡ ନେସନ୍‌ ତାଲିକାରୁ ରୁଷିଆକୁ ବାଦ ଦେବେ ।

ରସାୟନିକ ଅସ୍ତ୍ର ବ୍ୟବହାର କଲେ ରୁଷ୍‌କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ବାଇଡେନ୍‌ । ଅନ୍ୟପଟେ ବାଇଡେନ୍‌ କହିଛନ୍ତି ୟୁକ୍ରେନ ଯୁଦ୍ଧ ଲଢ଼ିବ ନାହିଁ ନାଟୋ । କିନ୍ତୁ ନାଟୋର ପ୍ରତି ଇଞ୍ଚକୁ ସୁରକ୍ଷା ଦିଆଯିବ । ନାଟୋ ଓ ରୁଷ୍‌ ମୁହାଁମୁହିଁ ହେଲେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.