Below header

ଚୈତ୍ର ମାସରେ ଗୁଡ ଓ ମିଶ୍ରି ସେବନ ହୋଇଥାଏ ନିଷେଧ, ଭୁଲରେ ବି କରନ୍ତୁ ନାହିଁ ସେବନ

ଏହି ମାସ ପୂର୍ଣ୍ଣିମା ସରିଗଲେ ଚୈତ୍ର ମାସ ଆରମ୍ଭ ହେବ | ହିନ୍ଦୁ କାଲେଣ୍ଡର ଅନୁସାରେ 18 ମାର୍ଚ୍ଚ ରୁ ଚୈତ୍ର ମାସ ଆରମ୍ଭ ହେଉଛି | ଏହା 17 ଏପ୍ରିଲରେ ସମାପ୍ତ ହେବ | ପ୍ରତ୍ୟକ ମାସ କିଛି ନିୟମ ଥାଏ | ପ୍ରତି ମାସ କୌଣସି ନା କୌଣସି ଦେବତାଙ୍କ ନାମରେ ସମର୍ପିତ ହୋଇଥାଏ | ତେଣୁ ଚୈତ୍ର ମାସରେ ମିଶ୍ରି ଓ ଗୁଡ ସେବନ ବର୍ଜିତ ଅଟେ | ତେଣୁ ଏହି ପୁରା ମାସ ମିଠା ସେବନ ବର୍ଜିତ ଅଟେ |

ଚୈତ୍ର ମାସରେ କାହିଁକି ଖାଆନ୍ତି ନାହିଁ ମିଠା :

ସାରା ଦିନର ଖାଦ୍ୟରେ କିଛି ନା କିଛି ମିଠା ଖିଆ ଯାଇଥାଏ | ହେଲେ ଚୈତ୍ର ମାସରେ ମିଠା ଖାଇବା ମନା ହୋଇଥାଏ | କୁହାଯାଏ ଏହି ମାସରେ ଅଧିକ ପିତା ଓ କସା ଖାଦ୍ୟ ଖିଆ ଯାଇଥାଏ | ନିମ୍ବ ପତ୍ର ସେବନ ଶରୀରରେ ବାତ,ପିତ ଓ କଫ ସନ୍ତୁଳନ ରଖିଥାଏ |

ଖଟା ଫଳ ବି କରନ୍ତୁ ନାହିଁ ସେବନ :

ଚୈତ୍ର ମାସରେ ମିଠା ଜିନିଷ ସହ ଖଟା ଦ୍ରବ୍ୟ ବି ଖାଇବା ମନା | କୁହାଯାଏ ଏହି ମାସରେ ଭାରତରେ ଗରମ ଓ ଥଣ୍ଡାର ସଂଧୀକାଳ ହୋଇଥାଏ | ତେଣୁ ଭୋଜନରେ ସନ୍ତୁଳିତ ଆହାର କରିବା ଉଚିତ | ଏହି ମାସରେ ନବ ରାତ୍ର ପର୍ବ ପଡିଥାଏ | ଏଥିରେ ଲୋକେ ବ୍ରତ ସଂକଳ୍ପ କରିଥାନ୍ତି |
ଏହି କାରଣରୁ ହୋଲିରେ ମିଠା ସ୍ଥାନରେ ଲୁଣି ଜିନିଷ ଖାଇଥାନ୍ତି | ଏହି ମାସରେ ରକ୍ତ ଚାପ ଅସନ୍ତୁଳନ ବି ବଢିଥାଏ | କୁହାଯାଏ ଏହି ମାସ ଦିନରେ ଗରମ ଓ ରାତିରେ ଥଣ୍ଡା ହୋଇଥାଏ | ତେଣୁ ଶରୀରର ତାପମାତ୍ରା ସନ୍ତୁଳନ ପାଇଁ ଅଧିକ ପ୍ରଚେଷ୍ଟା କରିବାକୁ ପଡିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.