Below header

ଏମିତି ବି ଆସେ ମୃତ୍ୟୁ…ବଜ୍ରପାତ ଘଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଭାବେ ଆହତ

ଆଜି ଅପରାହ୍ନ ସମୟରେ ବର୍ଷା ସହ ପବନ ହେବାରୁ ଅଞ୍ଜିରା ଗ୍ରାମର କାର୍ତ୍ତିକ ଦାସ ଓ ତାଙ୍କ ସ୍ତ୍ରୀ ସେବତୀ ଦୁହେଁ ଘର ବାହାରେ ଲାଗିଥିବା ଆଜବେଷ୍ଟସ ପବନରେ ଉଡିଯିବା ଭାବି ଟାଣି ଧରିଥିଲେ।

ଯାଜପୁର (କେନ୍ୟୁଜ): ବର୍ଷା ପବନ ହେବା ଦେଖି ଘରର ଆଜବେଷ୍ଟସ ଉଡିଯିବ ବୋଲି ଭାବି ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଟାଣି ଧରିଥିଲେ। ଠିକ ଏହି ସମୟରେ ବଜ୍ରପାତ ହେଲା। ଆଉ ବଜ୍ରପାତରେ ଟଳି ପଡିଲେ ସ୍ତ୍ରୀ। ଗୁରୁତର ଭାବେ ଆହତ ହୋଇଛନ୍ତି ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମରେ। ସୂଚନା ମୁତାବକ, ଆଜି ଅପରାହ୍ନ ସମୟରେ ବର୍ଷା ସହ ପବନ ହେବାରୁ ଅଞ୍ଜିରା ଗ୍ରାମର କାର୍ତ୍ତିକ ଦାସ ଓ ତାଙ୍କ ସ୍ତ୍ରୀ ସେବତୀ ଦୁହେଁ ଘର ବାହାରେ ଲାଗିଥିବା ଆଜବେଷ୍ଟସ ପବନରେ ଉଡିଯିବା ଭାବି ଟାଣି ଧରିଥିଲେ।

ଠିକ ଏହି ସମୟରେ ବଜ୍ରପାତ ହେବାରୁ ଦୁହେଁ ସେଠାରେ ତଳେ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏପଟେ ଗୁରୁତର ଆହତ ହୋଇଥିବା କାର୍ତ୍ତିକଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.