Below header

ଆରେଷ୍ଟର ୨୪ ଘଣ୍ଟା ଭିତରେ ମହିଳା ଏଏସଆଇଙ୍କୁ ମିଳିଲା ବେଲ୍‌, ମହିଳା ହୋଇ ଆଉ ଜଣେ ମହିଳାଙ୍କୁ କେମିତି ଦୁଷ୍କର୍ମ କଲେ ? ..

ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ବେଲ୍‌ ପାଇଲେ ସବ୍‌-ଇନିସପେକ୍ଟର । ଭଦ୍ରକ ଚୂଡ଼ାମଣି ମେରାଇନ୍‌ ଥାନା ଏସଆଇ ତପସ୍ୱିନୀ ମହାପାତ୍ରଙ୍କୁ ଗିରଫର ୨୪ ଘଣ୍ଟା ଭିତରେ ଜାମିନ ମିଳିଛି । କମ୍ପ୍ରମାଇଜ୍‌ ପିଟିସନ୍‌ ପରେ ମିଳିଛି ଜାମିନ ।

ଭଦ୍ରକ(କେନ୍ୟୁଜ୍): କାଲି ଗିରଫ, ଆଜି ଜାମିନ । ଆରେଷ୍ଟର ୨୪ ଘଣ୍ଟା ଭିତରେ ବେଲ୍‌ । ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲାରେ ପୋଲିସ ଏସଆଇ ତପସ୍ୱିନୀ ମହାପାତ୍ରଙ୍କୁ ମିଳିଲା ଜାମିନ୍‌ । କମ୍ପ୍ରମାଇଜ୍‌ ପିଟିସନ୍‌ ଫାଇଲ୍‌ ପରେ ଜାମିନ ଦେଇଛନ୍ତି ଭଦ୍ରକ ଏସଡିଜେଏମ୍‌ କୋର୍ଟ । ସେପଟେ ଚାକିରିରୁ ସସପେଣ୍ଡ ହୋଇଛନ୍ତି ତପସ୍ୱିନୀ ମହାପାତ୍ର । ତାଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସପି । ତପସ୍ୱିନୀ ଚୂଡ଼ାମଣି ମେରାଇନ୍‌ ଥାନାରେ କାର୍ଯ୍ୟରତ ଥିଲେ । ମହିଳା ସାମ୍ବାଦିକଙ୍କୁ ଯୌନ ନିର୍ଯାତନା ମାମଲାରେ ଗତକାଲି ତାଙ୍କୁ ଗିରଫ କରିଥିଲା ପୋଲିସ ।

ମହିଳା ପୋଲିସ ଅଫିସରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସାମ୍ବାଦିକା । ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ତପସ୍ୱିନୀଙ୍କ ନାଁରେ ଆଇପିସିର ଧାରା ୨୯୪, ୩୨୩, ୫୦୬, ୩୭୬(୨)(a), ୩୭୬(୨)(n)ରେ ରୁଜୁ ହୋଇଛି ମାମଲା । ଏତଲାରେ ଉଲ୍ଲେଖ ରହିଛି, ଏସଆଇ ତପସ୍ୱିନୀ ମହାପାତ୍ର ସାମ୍ବାଦିକାଙ୍କ ସହ ୨୦୨୧ରୁ ସମ୍ପର୍କରେ ଥିଲେ । ଏକାଠି ରହୁଥିଲେ ଦୁଇ ଜଣ । ବିବାହ ପ୍ରଲୋଭନ ଦେଖାଇ ସବ-ଇନିସପେକ୍ଟର ତପସ୍ୱିନୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୌନ ନିର୍ଯାତନା ଦେବା, ବିବାହ ନକରିବା ଓ ହତ୍ୟା ଧମକ ଦେବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରାଥମିକ ତଦନ୍ତ ପରେ ଗିରଫ ହୋଇଥିଲା ମହିଳା ଏସ୍‌ଆଇ ।

ଗିରଫ ପରେ ପୋଲିସ ଏସଆଇଙ୍କ ଡାକ୍ତରୀ ମାଇନା କରାଯାଇଥିଲା । ରିପୋର୍ଟରେ ସେ ମହିଳା ବୋଲି ଉଲ୍ଲେଖ ରହିଛି । ପ୍ରଶ୍ନ ଉଠୁଛି, ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ଦୁଷ୍କର୍ମ କଲେ କେମିତି ? ଅଧିକ ଖୋଳତାଡ ଜାରି ରଖିଛି ପୋଲିସ । ଆଗକୁ ଏହି ଘଟଣା କି ମୋଡ଼ ନେବ ତାଉପରେ ନଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.