ଛତିଶଗଡ଼ରେ ଷ୍ଟେଜ ଭାଙ୍ଗିଯିବାରୁ ବହୁ କଂଗ୍ରେସ ନେତା ଆହତ
ଛତିଶଗଡ଼ର ବିଳାସପୁରରେ ଏକ ଷ୍ଟେଜ ଭାଙ୍ଗିଯିବାରୁ ବହୁ କଂଗ୍ରେସ ନେତା ଆହତ ହୋଇଛନ୍ତି । ମଶାଲ ର୍ୟାଲି ଉପଲକ୍ଷେ ଏକ ଶୋଭାଯାତ୍ରାକୁ ନେତାମାନେ ଉଦବୋଧନ ଦେବା ବେଳେ ଷ୍ଟେଜରେ ଅଧିକ ଲୋକ ଥିବାରୁ ଏହା ଭାଙ୍ଗିପଡିଥିଲା । ଅନେକ ଦଳୀୟ ନେତାଙ୍କ ସହ ଛତିଶଗଡ ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାର୍କମ ମଧ୍ୟ ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ : ଛତିଶଗଡ଼ର ବିଳାସପୁରରେ ଏକ ଷ୍ଟେଜ ଭାଙ୍ଗିଯିବାରୁ ବହୁ କଂଗ୍ରେସ ନେତା ଆହତ ହୋଇଛନ୍ତି । ମଶାଲ ର୍ୟାଲି ଉପଲକ୍ଷେ ଏକ ଶୋଭାଯାତ୍ରାକୁ ନେତାମାନେ ଉଦବୋଧନ ଦେବା ବେଳେ ଷ୍ଟେଜରେ ଅଧିକ ଲୋକ ଥିବାରୁ ଏହା ଭାଙ୍ଗିପଡିଥିଲା । ଅନେକ ଦଳୀୟ ନେତାଙ୍କ ସହ ଛତିଶଗଡ ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାର୍କମ ମଧ୍ୟ ଆହତ ହୋଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, କଂଗ୍ରେସ ଦଳ ତରଫରୁ ବିଳାସପୁରରେ ଏକ ‘ମଶାଲ ର୍ୟାଲି’ ଅନୁଷ୍ଠିତ ହେଉଥିବା ବେଳେ ନେତାମାନେ ଜନତାଙ୍କୁ ଉଦବୋଧନ ଦେଉଥିଲେ । ତେବେ ଷ୍ଟେଜ ଉପରେ ଅଧିକ ଲୋକ ଚଢ଼ିଯିବାରୁ ଷ୍ଟେଜଟି ଭାଙ୍ଗି ପଡିଥିଲା ।
छत्तीसगढ़ के बिलासपुर में कांग्रेस की सभा से पहले गिरा मंच, विधायक शैलेश पांडेय समेत कई कार्यकर्ताओं को आई मामूली चोट#Bilaspur #Congress #ShaileshPandey #Chhattisgarh pic.twitter.com/IskKoG3rAw
— India TV (@indiatvnews) April 2, 2023
ଅଘଟଣର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଷ୍ଟେଜ ଉପରେ ଅଧିକ ଲୋକ ଥିବାର ଦେଖାଯାଇଛି । କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଲୋକସଭାରେ ସଦସ୍ୟତା ରଦ୍ଧ ନେଇ ଏହି ମଶାଲ ର୍ୟାଲି ଅନୁଷ୍ଠିତ ହେଉଥିଲା ।