କଳା ପଲସରରେ ଆସିଲେ ସ୍ପଷ୍ଟ ଦିବାଲୋକରେ ଲୁଟିଲେ, ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ

ଲବାଣୀରେ କଳା ପଲସରେ ଆସି ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଆକ୍ସିସ ବ୍ୟାଙ୍କ ନିକଟରୁ ଏହି ଲୁଟ୍‌ ହୋଇଛି । ଡକାୟତିର ଶିକାର ହୋଇଛନ୍ତି ବ୍ୟବସାୟୀ ଅଶ୍ୱିନୀ ପାତ୍ର ।

ଫୁଲବାଣୀ(କେନ୍ୟୁଜ୍): ସ୍ପଷ୍ଟ ଦିବାଲୋକରେ ଲୁଟ୍‌ । କଳା ପଲସରରେ ଆସିଲେ । ଟଙ୍କା ନେଇ ଛୁ ମାରିଲେ । ଫୁଲବାଣୀରେ କଳା ପଲସରେ ଆସି ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଆକ୍ସିସ ବ୍ୟାଙ୍କ ନିକଟରୁ ଏହି ଲୁଟ୍‌ ହୋଇଛି । ଡକାୟତିର ଶିକାର ହୋଇଛନ୍ତି ବ୍ୟବସାୟୀ ଅଶ୍ୱିନୀ ପାତ୍ର ।

ଗୁମାସ୍ତାଙ୍କ ସହ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଆକ୍ସିସ ବ୍ୟାଙ୍କକୁ ଯାଉଥିବାବେଳେ ହଠାତ୍‌ କଳା ପଲସରରେ ଆସିଥିଲେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ । ଅଶ୍ୱିନୀଙ୍କ ପାଖରୁ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଫୁଲବାଣୀ ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି । ବିଭିନ୍ନ ସ୍ଥାନରେ ନାକା କରି ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.