ଯାତ୍ରା ମଞ୍ଚରେ ବୁଲିଲା ସତସତିକା ଭୂଜାଲି ଓ ଠେଙ୍ଗା, ଦଣ୍ଡଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ତୁମୁଳକାଣ୍ଡ
ପରସ୍ପରକୁ ଠେଙ୍ଗା ଏବଂ ଭୂଜାଲିରେ ଆକ୍ରମଣ କରିଥିଲେ । ଗୋଷ୍ଠୀ ସଂଘର୍ଷରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ତଦନ୍ତ କରୁଛି ଭଞ୍ଜନଗର ପୋଲିସ୍ ।

ଭଞ୍ଜନଗର(କେନ୍ୟୁଜ୍): ଦଣ୍ଡଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ତୁମୁଳକାଣ୍ଡ । ଯାତ୍ରା ମଞ୍ଚରେ ବୁଲିଲା ସତସତିକା ଭୂଜାଲି ଓ ଠେଙ୍ଗା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ୫ ଆହତ । ଗଂଜାମ ଜିଲ୍ଲା ଭଂଜନଗର ଥାନା ନୂଆଁମହୁଲିଆ ଗାଁରେ ଘଟିଛି ଏହି ଘଟଣା । ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁର ଯାତ୍ରା ଦଳ ଏହି ଯାତ୍ରା କରୁଥିଲେ । ହେଲେ ଦଣ୍ଡଯାତ୍ରା ମଧ୍ୟରେ ମଞ୍ଚରେ ଅର୍ଦ୍ଧ ଉଲଗ୍ନ ରେକର୍ଡ ଡ୍ୟାନ୍ସ କରିଥିଲେ କଳାକାର ।
ଯାହାକୁ ନେଇ କିଛି ଯୁବକ ମଞ୍ଚ ଉପରକୁ ଚଢ଼ି କଳାକାରଙ୍କୁ ଟଣା ଓଟରା କରିଥିଲେ । ଏହା ପରେ ଉଗ୍ରରୂପ ନେଇଥିଲା ଅସାମାଜିକ ଗୋଷ୍ଠୀ,ଆୟୋଜକ କମିଟି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ । ପରସ୍ପରକୁ ଠେଙ୍ଗା ଏବଂ ଭୂଜାଲିରେ ଆକ୍ରମଣ କରିଥିଲେ । ଗୋଷ୍ଠୀ ସଂଘର୍ଷରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ତଦନ୍ତ କରୁଛି ଭଞ୍ଜନଗର ପୋଲିସ୍ ।