ସାବିତ୍ରୀ ପୂଜା ବେଳେ ଅଘଟଣ: ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ରେଢାଖୋଲ / ସମ୍ବଲପୁର (କେନ୍ୟୁଜ): ସାବିତ୍ରୀ ପୂଜା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ମହିଳା ଗୁରୁତର। କଦଳୀଗଡ ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଘଟିଛି ଏଭଳି ଘଟଣା। ଆହତଙ୍କ ଏହି ଗ୍ରାମର ସସ୍ମିତା ଗଡ଼ତିଆ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ, ପରେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୂଜା କରିବା ବେଳେ ଅସାବଧାନତାରୁ ଏହି ଅଘଟଣ ହୋଇଛି।
ସୂଚନା ମୁତାବକ, ସେ ଆଜି ସାବିତ୍ରୀ ଓଷା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଅନ୍ୟ ମହିଳାମାନଙ୍କ ସହ ମିଶି କରିଥିଲେ। ପୂଜା ଶେଷ ହେବାବେଳେ ବେଢ଼ା ପରିକ୍ରମା କରିବାକୁ ବାହାରିଥିଲେ। ଏହି ସମୟରେ ଅସାବଧାନତା ବଶତଃ ପୂଜାରେ ଲାଗିଥିବା ଦୀପରୁ ତାଙ୍କ ଶାଢ଼ୀର ତଳପଟରୁ ନିଆଁ ଲାଗି ଯାଇଥିଲା।