ଭଦ୍ରକ ସେରପୁରୁ ଗାଁରେ ଅଘଟଣ, ଘର ସହ ଜୀଅନ୍ତା ଜଳିଗଲେ ମହିଳା

ଭଦ୍ରକ(କେନ୍ୟୁଜ୍): ଗୋଟିଏ ଦିନରେ ଭଦ୍ରକରେ ଅଘଟଣ ପରେ ଅଘଟଣ। ଘର ସହ ଜୀଅନ୍ତା ଜଳିଗଲେ ମହିଳା। ଭଦ୍ରକ ଗ୍ରାମାଞ୍ଚଳ ଥାନା ସେରପୁରୁ ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଲେ ସରୋଜିନୀ ପରିଡ଼ା। ସରୋଜିନୀଙ୍କ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ସରୋଜିନୀ ରୋଷେଇ କରୁଥିବାବେଳେ ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।