ଆଉ ଦୁଇ ଦିନ ଜାରି ରହିବ ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସିୟସ୍ ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍): ଫେରିଲା ଶୀତ । ଗତ ୪ଦିନର ଲଗାଣ ବର୍ଷା ପରେ ଏବେ ପୁଣି ଶୀତ ଫେରିଛି । କୋହଲା ପାଗ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନ ଜୀବନକୁ ଅସ୍ତବ୍ୟବସ୍ତ କରିଛି । ତେବେ ଆଉ ଦୁଇ ଦିନ ଏଭଳି ଶୀତ ଜାରି ରହିବ। ଆଗାମୀ ୭ଦିନ ପାଗ ଶୁଖିଲା ରହିବା ସହ ୪ଟି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ। ସେହି ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ,ବାଲେଶ୍ବର,ସୋନପୁର ଏବଂ ବୌଦ୍ଧ। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡ୍ଯୁଟି ଅଫିସର ସୁଧାକର ମଲ୍ଲିକ୍ । ତେବେ ହାଡଭଙ୍ଗା ଶୀତରେ ଘରୁ ବାହାରିବା ପାଇଁ ମୁସ୍କିଲ ହୋଇ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.