Below header

କି ଯୁଗ ହେଲାରେ : କଅଁଳା ନିଷ୍ପାପ ଦୁଇ ଝିଅକୁ ଛାଡି ପ୍ରେମିକ ସହ ଫେରାର ହେଲା ମା’

କଅଁଳା ନିଷ୍ପାପ ଶିଶୁ ଦୁଇଟା ସବୁବେଳେ ମାଆ ମାଆ କହି ଖୋଜୁଛନ୍ତି । କେମିତି ମାଆ ଇଏ କେଜାଣି ଗୋଟିଏ କ୍ଷୀର ପିଉ ଥିବା ଶିଶୁ ଆଉ ଗୋଟିଏ ତାଠାରୁ ଟିକିଏ ବଡ଼। ଦୁଇଟି ନିରୀହ ଛୋଟ ଛୋଟ ଝିଅଙ୍କୁ ଛାଡି କେମିତି ସେ ମାଆ ମନ ମାନୁଛି । କିଭଳି ଏମାନଙ୍କୁ ଛାଡ଼ି ପ୍ରେମିକ ସହିତ ଯାଇ ରହିପାରୁଛି । ସତରେ କଅଁଳିଆ ମୁହଁ କଣ ତା ଆଖି ସାମ୍ନାରେ ନାଚୁନି । ଏତେ ନିଷ୍ଠୁର କେମିତି ହୋଇପାରିଲା ଯେ, ମାଆ କ୍ଷୀର ପିଉଥିବା ଛୁଆକୁ ଛାଡ଼ି ପ୍ରେମିକ ସହିତ ଯିବାକୁ ଚାହିଁଲା । ଯିବା ପୂର୍ବରୁ ପାଦ ରହିଗଲାନି ତାର ଥରେ ।

ଭୁବନେଶ୍ୱର(କେନ୍ୟୁଜ୍): କଅଁଳା ନିଷ୍ପାପ ଶିଶୁ ଦୁଇଟା ସବୁବେଳେ ମାଆ ମାଆ କହି ଖୋଜୁଛନ୍ତି । କେମିତି ମାଆ ଇଏ କେଜାଣି ଗୋଟିଏ କ୍ଷୀର ପିଉ ଥିବା ଶିଶୁ ଆଉ ଗୋଟିଏ ତାଠାରୁ ଟିକିଏ ବଡ଼। ଦୁଇଟି ନିରୀହ ଛୋଟ ଛୋଟ ଝିଅଙ୍କୁ ଛାଡି କେମିତି ସେ ମାଆ ମନ ମାନୁଛି । କିଭଳି ଏମାନଙ୍କୁ ଛାଡ଼ି ପ୍ରେମିକ ସହିତ ଯାଇ ରହିପାରୁଛି । ସତରେ କଅଁଳିଆ ମୁହଁ କଣ ତା ଆଖି ସାମ୍ନାରେ ନାଚୁନି । ଏତେ ନିଷ୍ଠୁର କେମିତି ହୋଇପାରିଲା ଯେ, ମାଆ କ୍ଷୀର ପିଉଥିବା ଛୁଆକୁ ଛାଡ଼ି ପ୍ରେମିକ ସହିତ ଯିବାକୁ ଚାହିଁଲା । ଯିବା ପୂର୍ବରୁ ପାଦ ରହିଗଲାନି ତାର ଥରେ ।

ଯେଉଁ ସନ୍ତାନ ସନ୍ତତିକୁ ଦଶ ମାସ ଗର୍ଭରେ ଧରି ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା ସେହି ଛୁଆକୁ ଛାଡ଼ି ପ୍ରେମିକ ସାଙ୍ଗରେ ଚାଲିଯିବାକୁ ମନ ହେଲା । ଏଭଳି ମାଆକୁ ପ୍ରେମିକ ଠାରୁ କଣ ଏମିତି ମିଳିଲା ଯେ ଏତେ ବଡ ହୃଦୟ ବିହୀନ ପଦକ୍ଷେପ ନେବାକୁ ପଛାଇଲା ନାହିଁ । ତାହା ହିଁ ଚିନ୍ତା କରିବାର ବିଷୟ । ଆମେ ଏକଥା କହୁଛୁ ମୈତ୍ରୀ ବିହାର ଥାନା ଅନ୍ତର୍ଗତ ସଲିଆ ସାହି ଅଞ୍ଚଳରେ ବସ ବାସ କରୁଥିବା ମହିଳା ନନ୍ଦିନୀ ସେଠୀଙ୍କ କଥା । ସ୍ୱାମୀଙ୍କ ନା ହୀନ ସେଠୀ । ଏମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବାବେଳେ ସାଲିଆ ସାହିରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି। ହୀନ ସେଠୀ ଆଉ ନନ୍ଦିନୀ ଉଭୟ ଆଜକୁ ନଅ ଦଶ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।ଏମାନଙ୍କର ଦୁଇଟି ଝିଅ ଅଛନ୍ତି ।

ବଡ ଝିଅ ଆଠ ବର୍ଷର ଆଉ ସାନ ଝିଅ ତିନି ବର୍ଷର । ହୀନ ସେଠୀ ବାହାରେ ରହି ଦିନ ମଜୁରିଆ ଭାବେ ରଙ୍ଗ କାମ କରି ପରିବାର ଚଳାନ୍ତି। ସମୟ କ୍ରମେ ନନ୍ଦିନୀ ମହିଳା ଗ୍ରୁପ୍ କରି ସେଥିରେ ଟଙ୍କା ପଇସା କାରବାର ନେଇ ବ୍ୟସ୍ତ ରହିଲେ । ଏଥି ମଧ୍ୟରେ ଏକ ଘରୋଇ ବ୍ୟାଙ୍କରୁ ମହିଳାଗ୍ରୁପ୍ ର ମହିଳା ମାନେ ବିଭିନ୍ନ କାରଣରୁ ନିଜ ନିଜ ପାଇଁ ଋଣ ଆଣିଥିଲେ । ସେହି ଋଣ ଟଙ୍କାକୁ ଆଦାୟ କରିବା ପାଇଁ ସେହି ଘରୋଇ ବ୍ୟାଙ୍କର ଜଣେ ଯୁବକ ସେହି ବସ୍ତିକୁ ଆସନ୍ତି ।

woman

ହୀନ ସେଠୀ ବାହାରେ ରହୁଥିବାରୁ ତାର ସୁଯୋଗ ନେଇ ନନ୍ଦିନୀ ସହିତ ସମ୍ପର୍କ ବଢାଇଲେ । ତାପରେ ନନ୍ଦିନୀ ଙ୍କୁ ନିଜ ମାୟା ଜାଲ ରେ ଛନ୍ଦି ବିଭିନ୍ନ ପ୍ରକାରର ଲୋଭ ଦେଖାଇ ନନ୍ଦିନୀଙ୍କୁ ନିଜର କରି ନେଲେ । ତାପରେ ଲୋକଙ୍କ ଠାରୁ କେମିତି ଟଙ୍କା ଠକି ଲୁଟି ହେବ ତାର ସୂତ୍ର ବତାଇଲେ । ନନ୍ଦିନୀ ସମୟ ଦେଖି ବିଭିନ୍ନ ଲୋକଙ୍କ ନାମରେ ଘରୋଇ ବ୍ୟାଙ୍କ୍ ରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଏମିତି କି ନିଜ ଭାଇ ଭଉଣୀଙ୍କୁ ମଧ୍ୟ ଛାଡ଼ି ନଥିଲେ ଠକିବା ପାଇଁ । ଆଉ ତାରି ଭିତରେ ପ୍ରେମରେ ଉଭୟ ଉବୁଟୁବୁ ହେଉଥିଲେ ।

ଶେଷରେ ନନ୍ଦିନୀ ଉକ୍ତ ପ୍ରେମିକ ସହିତ ଟଙ୍କା ସୁନା ଗହଣା ଧରି ଫେରାର ହୋଇଗଲେ। ଆଉ ଛାଡ଼ି ଦେଇ ଗଲେ ଦୁଇ ନିରୀହ ଝିଅଙ୍କୁ ରାସ୍ତାରେ । ଡହଳ ବିକଳ ହୋଇ ମାଆକୁ ଝୁରି ଝୁରି ବଞ୍ଚିବା ପାଇଁ ଏମାନେ ସଂଘର୍ଷ କରୁଛନ୍ତି । ସ୍ୱାମୀ ହୀନ ସେଠୀ ଓ ନନ୍ଦିନୀର ଭାଇ ଭଉଣୀ ନନ୍ଦିନୀକୁ ବହୁତ୍ ଖୋଜା ଖୋଜି କରିଲା ପରେ ମୈତ୍ରୀ ବିହାର ଥାନାରେ ଏନେଇ ଏତଲା ଦେଲେ । ଶେଷରେ ଚଉଷଠି ଯୋଗିନୀ ପୀଠ ନିକଟ ହୀରାପୁର ଗାଆଁରୁ ଧରା ହୋଇ ନନ୍ଦିନୀ ଥାନାକୁ ଆସିଲେ ଆଉ ପ୍ରେମିକ ଘଟଣା ସ୍ଥଳରୁ ମାରିଲେ ଫେରାର ।

ପରେ ଲୋକଙ୍କ ଟଙ୍କା ନଫେରାଇବାରୁ ନନ୍ଦିନୀ କୋର୍ଟ ଚାଲାଣ ହୋଇ ଜେଲ ଗଲେ । ଏଣେ ଦୁଇ ଝିଅଙ୍କୁ ଧରି ସ୍ୱାମୀ ହୀନ ସେଠୀ ବାରଦୁଆର ଶୁଣ୍ଢୀ ପିଣ୍ଢା ହେଉ ହେଉ ଭଗବାନଙ୍କୁ ଆଶ୍ରା କରି ଚାଲିଛି । ଦୁଇ ଝିଅଙ୍କ ବିକଳ ମୁହଁ ଦେଖି ବାପ ଟା ସହିପାରୁନି । ଲକ୍ଷ ଲକ୍ଷ ଥର ନିଜ ଭାଗ୍ୟକୁ ନିନ୍ଦୁଛି । ଏବେ ଏହି ଦୁଇ ଝିଅଙ୍କ ଭବିଷ୍ୟତ କୁ ନେଇ ପ୍ରଶ୍ନ ଉଠିଛି କି ଏମାନ ଙ୍କ ଭୁଲ୍ କେଉଁଠି ରହିଲା ଯେ ଏହି ଦୁଇ ଝିଅଙ୍କୁ ଆଜି ଏମିତି ଦିନ ଦେଖିବାକୁ ମିଳୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.