ବାଲେଶ୍ବର ଟ୍ରେନ ପୀଡିତଙ୍କୁ ୨୦ ଲକ୍ଷ ଦାନ କଲା ଭାରତୀୟ ଫୁଟବଲ ଟିମ୍‌, ପୁରସ୍କାର ବାବଦରେ ୧ କୋଟି ଦେଇଥିଲେ ଓଡିଶା ସରକାର

ବାଲେଶ୍ବର ଟ୍ରେନ ପୀଡିତଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କଲା ଭାରତୀୟ ଫୁଟବଲ ଟିମ୍‌ । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ଭାରତୀୟ ଫୁଟବଲ ଟିମ୍‌ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିଛି । ଲେବନାନକୁ ୨-୦ରେ ହରାଇଛି ଭାରତ । ତେବେ ଟିମ୍‌ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ଭାରତୀୟ ଫୁଟବଲ ଟିମ୍‌ ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ଦୁର୍ଘଟଣଶରେ ପୀଡିତଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।

ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ର ଆୟୋଜନ ଓଡିଶାରେ ହୋଇଥିଲା । ଫାଇନାଲରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଫୁଟବଲ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

ଭାରତୀୟ ଫୁଟବଲ ଟିମ୍‌ ୧ କୋଟି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ଦୁର୍ଘଟଣା ପୀଡିତଙ୍କୁ ଦାନ କରିଛନ୍ତି । ଭାରତୀୟ ଫୁଟବଲ ଟିମ ତରଫରୁ ବୟାନ ଜାରି କରି କୁହାଯାଇଛି । ଏଥିରେ ଲେଖାଯାଇଛି, ଆମେ ସାମୂହିକ ଭାବେ ନିଷ୍ପତ୍ତି ନେଇଛୁ କି, ଏହି ପୁରସ୍କାର  ରାଶିରୁ ୨୦ ଲକ୍ଷ ଟଙ୍କା ବାଲେଶ୍ବର ଟ୍ରେନ ପୀଡିତଙ୍କୁ ପ୍ରଦାନ କରିବୁ । ଆମେ ଜାଣିଛୁ, ଲୋକଙ୍କର କେତେ କ୍ଷତି ହୋଇଛି । ଏହାର କ୍ଷତି କେହି ବି ପୂରଣ କରିପାରିବେ ନାହଁ । କିନ୍ତୁ ଆମେ ଭରସା ରଖିଛୁ, ଏମାନଙ୍କ ପରିବାର କଠିନ ସମୟରେ ଗତି କରୁଛି । ତେଣୁ ସେମାନଙ୍କୁ ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ଏକ ଛୋଟ ପ୍ରୟାସ କରିଛୁ ।

ତେବେ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ କଲ୍ୟାଣ ଚୌବେ କହିଛନ୍ତି, ଟୁର୍ଣ୍ଣାମେଣ୍ଟକୁ ସଫଳ ଭାବେ ଆୟୋଜନ କରିଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ।

ସୂଚନାଯୋଗ୍ୟ, ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା । କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା । ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ ।

ହେଲେ ସେଠାରେ ପୂର୍ବରୁ ରହିଥିବା ମାଲଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.