Below header

୧୫ ଦିନ ପରେ ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଉଦ୍ଭାସିତ ନେତ୍ର ଦେଖି ଭାବ ବିହ୍ବଳ ହେଲେ ଶ୍ରଦ୍ଧାଳୁ

ଶୃଙ୍ଖଳିତ ଦର୍ଶନରେ ଉପରେ ଜୋର ଦେଇଛି ପୁରୀ ପ୍ରଶାସନ ଓ ପୋଲିସ ପ୍ରଶାସନ । ସକାଳେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା । ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଛନ୍ତି।

ପୁରୀ(କେନ୍ୟୁଜ୍): ନବଯୌବନ ଦର୍ଶନ ଦେଲେ ଶ୍ରୀଜିଉ। ୧୫ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବ ବିହ୍ଵଳ । କାହାର ଆଖି ଛଳ ଛଳ ତ ଆଉ କିଏ ଜଗନ୍ନାଥଙ୍କୁ ପାଖରେ ପାଇ ଛାତି କୁଣ୍ଢେ ମୋଟ । ଆଜି ଏତେ ଭିଡ଼ ଦେଖି ଲାଗୁଛି ଆଜି ଯେମିତି ଘୋଷଯାତ୍ରା । ଶୃଙ୍ଖଳିତ ଦର୍ଶନରେ ଉପରେ ଜୋର ଦେଇଛି ପୁରୀ ପ୍ରଶାସନ ଓ ପୋଲିସ ପ୍ରଶାସନ । ସକାଳେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା । ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିଛନ୍ତି। ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି।

ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍‌ ଫୋର୍ସ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୫ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଡ୍ରୋନ୍‌ ମଧ୍ୟମରେ ତଦାରଖ କରାଯାଉଛି । ଜଳ, ସ୍ଥଳ ଓ ଆକାଶରୁ ରଖାଯାଇଛି ତୀକ୍ଷ୍ଣ ନଜର। ତଟରକ୍ଷୀ ବାହିନୀ ପକ୍ଷରୁ ପଇନ୍ତରା କରୁଛି ହେଲିକପ୍ଟର। ଏପଟେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛି ତିନି ରଥ। ଆଜ୍ଞାମାଳ ବିଜେ କରାଯାଇ ରଥକୁ ରଥଖଳାରୁ ସିଂହଦ୍ୱାରକୁ ଟଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.