Below header

ମେୟୋନିଜ୍ ଅଧିକ ଖାଉଥିଲେ ସାବଧାନ୍, ନଚେତ ଭୋଗିବେ ଏହି ବଡ ସମସ୍ୟା

ମୋମୋ ଠାରୁ ଆରମ୍ଭ କରି ପାସ୍ତା, ବର୍ଗର ଓ ପିଜା ସବୁଥିରେ ଏହି ମେୟୋନିଜକୁ ଖାଇବା ପାଇଁ ପସନ୍ଦ କରନ୍ତି ଲୋକେ ।

ପିଜ୍ଜା, ସାଣ୍ଡୱିଚ୍ କିମ୍ବା ବର୍ଗରର ନାମ ଶୁଣିଲେ ଲୋକଙ୍କ ପାଟିରୁ ପାଣି ଆସିଯାଏ । ଆଜିକାଲିର ଲୋକମାନେ ତ ଘର ଅପେକ୍ଷା ଫାଷ୍ଟ ଫୁଡ ଉପରେ ନିର୍ଭର କରୁଛନ୍ତି । ଛୋଟ ଖୁସିଟିଏ ହେଉନା କାହିଁକି ଲୋକମାନେ ସର୍ବପ୍ରଥମେ ସାଣ୍ଡୱିଚ୍, ପିଜ୍ଜା କିମ୍ବା ବର୍ଗର ଅର୍ଡର କରିବାକୁ ପସନ୍ଦ କରନ୍ତି । ଏହିସବୁଥିରେ ଲୋକମାନଙ୍କୁ ମେୟୋନିଜ୍ ବହୁତ ଅଧିକ ପସନ୍ଦ ହୋଇଥାଏ । ସେହିପରି ମୋମୋଜକୁ ତ ବିନା ମେୟୋନିଜରେ ଖାଇ ବି ହୁଏନି ।

ମେୟୋନିଜ ଏହା ଏକ ଏଭଳି ଫୁଡ୍ ଆଇଟମ୍, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ବଢ଼ାଇ ଦିଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କର ଏହା ପ୍ରିୟ । ମୋମୋ ଠାରୁ ଆରମ୍ଭ କରି ପାସ୍ତା, ବର୍ଗର ଓ ପିଜା ସବୁଥିରେ ଏହି ମେୟୋନିଜକୁ ଖାଇବା ପାଇଁ ପସନ୍ଦ କରନ୍ତି ଲୋକେ । ଆଜିକାଲି, ଯଦି ବର୍ଗର, ପିଜା କିମ୍ବା ଅନ୍ୟାନ୍ୟ ବାହ୍ୟ ଖାଦ୍ୟ ସହିତ ମେୟୋନିଜକୁ ନ ପରସା ଯାଏ ତେବେ ଖାଦ୍ୟର ସ୍ୱାଦ ଫିକା ଲାଗେ । ମେୟୋନିଜ ଦେଖିବାକୁ ଏକ କ୍ରିମ ଭଳି, ଯାହାକୁ ତେଲ, ଅଣ୍ଡାର ହଳଦିଆ ଅଂଶ, ଭିନେଗାର ଏବଂ ଲୁଣକୁ ମିଶାଇ ତିଆରି କରାଯାଏ । ତେବେ ଏହି ମେୟୋନିଜ ପାଟିକୁ ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ । ଏଥିପାଇଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡିପାରେ । ମେୟୋନିଜ ଖାଉଥିବା ବ୍ୟକ୍ତି ଭୋଗିପାରନ୍ତି ଏହି ସମସ୍ୟା ତାପୂର୍ବରୁ ହୋଇଯାନ୍ତୁ ସତର୍କ ।

ସୁଗାର ତଥା ଡାଏବେଟିସ୍ ଥିବା ବ୍ୟକ୍ତି ମେୟୋନିଜ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଏହା ଶରୀରର ବ୍ଲଡ ସୁଗାର ସ୍ତରକୁ ବଢ଼ାଇ ଦିଏ ।

ମେୟୋନିଜ ଖାଇବା ଯୋଗୁ ହାଇ କୋଲେଷ୍ଟ୍ରଲ ସମସ୍ୟା ବଢ଼ିବାରେ । ବିଶେଷଜ୍ଞଙ୍କ କହିବାକୁ ମୁତାବକ, ଏଥିରେ ଥିବା ଚର୍ବି ଅଂଶ ଶିରାପ୍ରସିାରେ ଯାଇ ଜମା ହୋଇଥାଏ ଏବଂ ଏହା ହାଇ କୋଲେଷ୍ଟ୍ରଲ ସମସ୍ୟା ସୃଷ୍ଟି କରିଥାଏ ।

ସାଧାରଣତଃ ୫ରୁ ୧୧ ବର୍ଷର ପିଲାଙ୍କ ମଧ୍ୟରେ ମେଦବହୁଳତା ବେଶ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ପଛର କାରଣ ଜଙ୍କ ଫୁଡ୍ । ପିଲାମାନେ ଏହି ପ୍ରକାର ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ୱାରା ମୋଟାପଣର ଶିକାର ହୁଅନ୍ତି । ତେଣୁ ପିଲାଙ୍କୁ ଅଧିକ ମେୟୋନିଜ ଖାଇବା ଠାରୁ ଦୂରେଇ ରଖିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.