Below header

ଭୁବନେଶ୍ୱରର ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଭିନ୍ନକ୍ଷମ ଯୁବତୀଙ୍କୁ ନିର୍ଯାତନା ମାମଲା:ମହିଳା ପ୍ରଶିକ୍ଷକ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ପଳାସପଲ୍ଲୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଭିନ୍ନକ୍ଷମ ଯୁବତୀଙ୍କୁ ନିର୍ଯାତନା ମାମଲାରେ ଜଣେ ଗିରଫ। ମହାସଂଘର ମହିଳା ପ୍ରଶିକ୍ଷକ ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ। ଯୌନ ନିର୍ଯାତନା କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କ ସହଯୋଗୀ ମଧୁମଞ୍ଜରୀ।

ସେ ଭିନ୍ନକ୍ଷମଙ୍କୁ ରାତି ବିତାଇବାକୁ ୫ହଜାର ଟଙ୍କାର ପ୍ରଲୋଭନ ଦେଉଥିବା ଅଭିଯୋଗ ରହିଛି। ଗତକାଲି ଏୟାରପୋର୍ଟ ଥାନାରେ ଆଉ ଜଣେ ଭିନ୍ନକ୍ଷମ ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଭିନ୍ନକ୍ଷମଙ୍କୁ ନିର୍ଯାତନା ମାମଲା ଉଠିବା ପରଠାରୁ ମଧୁମଞ୍ଜରୀ ଫେରାର ଥିଲେ। ଦୁଇମାସ ଧରି ଫେରାର ଅଛନ୍ତି ସଂପାଦକ ସୁରେଶ ବେହେରା। ଦିନକୁ ଦିନ ନୂଆ ମାମଲା ସାମନାକୁ ଆସୁଥିବା ବେଳେ ମୁଖ୍ୟ ଅଭିଯୋଗ ସୁରେଶଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ନୂଆ ଫର୍ଦ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.