ସମ୍ବଲପୁରର ୧୯ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆଜି ୧୩୬ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ଆଉ ୧୩୬ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସମ୍ବଲପୁରର ୧୯, ସୁନ୍ଦରଗଡ ୧୪, ବରଗଡର ୧୩, ବାଲେଶ୍ବରର ୧୦, ପୁରୀର ୧୦, ଝାରସୁଗୁଡାର ୯, ଖୋର୍ଦ୍ଧାର ୮, କଟକର ୭, ଯାଜପୁରର ୬,କେନ୍ଦୁଝରର ୫, ନୂଆପଡାର ୫, ଅନୁଗୁଳର ୩ ଜଣ ଅଛନ୍ତି ।

ସେହିପରି ବଲାଙ୍ଗିର, ଗଜପତି, ଜଗତସିଂହପୁର, କୋରାପୁଟର ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ସହ ବୌଦ୍ଧ, କଳାହାଣ୍ଡି, ରାୟଗଡାରୁ ୨ ଜଣ ଲେଖାଏଁ ସୁସ୍ଥ୍ ହୋଇଛନ୍ତି। ସେହିପରି ଭଦ୍ରକ,ଦେବଗଡ,କନ୍ଧମାଳ,କେନ୍ଦ୍ରାପଡା, ମୟୂରଭଞ୍ଜ,ନବରଙ୍ଗପୁର, ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏହା ସହିତ ଷ୍ଟେଟପୁଲରୁ ଦୁଇ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନାରୁ ୩୩୨୨୩୯ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.