Below header

କୃଷି ଆଇନକୁ ବିରୋଧ କରି ଆଗାମୀ ୬ରେ ଦେଶବ୍ୟାପୀ ଚକା ଜାମ୍‌ କରିବବେ ଚାଷୀ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଦୀର୍ଘ ୨ ମାସ ହେଲା ଚାଲିଛି ଆନ୍ଦୋଳନ । ହେଲେ ସମାଧାନର ବାଟ ବାହାରି ନାହିଁ । ରାଉଣ୍ଡ ପରେ ରାଉଣ୍ଡ ବୈଠକ ନିଷ୍ଫଳ ହୋଇଛି । ସରକାର ତାଙ୍କ ଜିଦ୍‌ରେ ଅଟଳ ଥିବା ବେଳେ ଚାଷୀ ତାଙ୍କ ଜିଦ୍‌ରେ ଅଟକ ଅଛନ୍ତି । ଏବେ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ କିଷାନ ମୋର୍ଚ୍ଚା ପକ୍ଷରୁ ଆଗାମୀ ୬ ତାରିଖରେ ସମଗ୍ର ଭାରତରେ ଚକା ଜାମ୍‌ କରିବା ପାଇଁ ନିଷ୍ପତ୍ତି ନେଇ ଡାକରା ଦେଇଛନ୍ତି । ଚକ ଜାମ୍‌ ଅର୍ଥ ରାସ୍ତାରେ କୌଣସି ଗାଡ଼ି ଗଡିବ ନାହିଁ । ୬ ତାରିଖ ଦିନ ୧୨ ଟାରୁ ଅପରାହ୍ଣ ୩ ଟା ଯାଏ ଦେଶର ସବୁଆଡେ ଚାଷୀମାନେ ଆନ୍ଦୋଳନ କରି ଚକା ଜାମ କରିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି ।

ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଚାଷୀମାନେ ଅବରୋଧ କରିବେ ବୋଲି ସ୍ୱରାଜ ଇଣ୍ଡିଆର ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି ।ଚାଷୀମାନେ ଜାନୁଆରୀ ୨୬ରେ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ର‍୍ୟାଲି କରିଥିଲେ । ଫଳରେ ବ୍ୟାପକ ହିଂସା ଘଟିଥିଲା । ଆଜି ଚାଷୀମାନେ ଦେଶବ୍ୟାପୀ ଚକା ଜାମ କରିବେ ବୋଲି ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.