Below header

ନୂଆପଡ଼ା: ଏକ ତରଫା ପ୍ରେମକୁ ନେଇ ବିଚ୍ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ଼, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନୂଆପଡା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ବୋଡେ଼ନ ସାପ୍ତାହିକ ବଜାର ରାସ୍ତାରେ  ଚିକଳଚୁଆଁ ଗାଁର ଦୁଇ ଯୁବତୀଙ୍କୁ ଛୁରାମାଡ଼  । ଛୁରା ମାଡ଼ କରିଥିବା ଯୁବକ ଜଣକ ହେଲେ ବୋଇର ଗାଁର ଲଳିତ ନାଏକ ବୋଲି ଜଣାପଡିଛି । ସେ ଜଣେ ବିବାହିତ ଓ ତାଙ୍କ ବୟସ ୪୨ ବର୍ଷ । ଆଜି ଦୁଇ ଜଣ ଯୁବତୀ ସାଇକେଲ ଯୋଗେ  ନିଜ ଗାଁ ଚିକଲଚୁଆଁରୁ ବୋଡ଼େନକୁ ଡ୍ରେସ କିଣିବାକୁ ଆସିଥିଲେ ।  ପରେ ଘରକୁ ଫେରୁଥିବା ବେଳେ ବାଟରେ ଯୁବକ ଲଳିତ ନାଏକ ଜୋର ଜବରଦସ୍ତ ରାସ୍ତାରେ ଦୁଇ ଜଣ ଯୁବତୀଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ । ହେଲେ ଏଥିରେ ଯୁବତୀ ଜଣକ ରାଜି ନ ହେବାରୁ  ଲଳିତ ନାଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ଯାହାଫଳରେ ଦୁଇ ଯୁବତୀଙ୍କ  ବେକ , ଅଣ୍ଟା ଓ ହାତକୁ ଛୁରାମାଡ଼ ହୋଇଛି।

ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବୋଡେ଼ନ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଚକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏକ ତରଫା ପ୍ରେମକୁ ନେଇ ଛୁରାମାଡ଼ ହୋଇଥିବା କୁହାଯାଉଛି। ଏନେଇ ଯୁବତୀଙ୍କ ପକ୍ଷରୁ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବୋଡେ଼ନ ପୋଲିସ ଛୁରା ମାଡ଼ କରିଥିବା ଯୁବକକୁ ଗିରଫ କରି ଘଟଣାର ତଦନ୍ତ ଜାରିରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.