ମୟୁରଭଞ୍ଜର ବିଭିନ୍ନ ଜାଗାରେ ମାତିଛନ୍ତି  ଲଘୁ ଖଣିଜ ଚୋରାଚାଲାଣକାରୀ, ଦୁଇ ପଥର ବୋଝୋଇ ଟ୍ରାକ୍ଟର ଜବତ

କରଞ୍ଜିଆ(କେନ୍ୟୁଜ୍):ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଜାଗାରେ ମାତିଛନ୍ତି ଲଘୁ ଖଣିଜ ଚୋରା ଚାଲାଣକାରୀ,କେତେବେଳେ  ବାଲି,କେତେବେଳେ ପଥର ତ କେତେବେଳେ ମାଙ୍କଡା ପଥର ଟ୍ରିପ ଟ୍ରିପ ଚୋରା ଚାଲାଣ କରୁଛନ୍ତି ଚାଲାଣକାରୀ । କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଥିବା ବେଳେ ରାଜସ୍ବ ବିଭାଗର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କାଲି ବିଳମ୍ବିତ ରାତ୍ରିରେ ଜଶୀପୁର ଥାନା ପୋଲିସ ୪୯ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ୨ ଟି ମାଙ୍କଡା ପଥର କ୍ୱାରି ବୋଝେଇ ଟ୍ରାକ୍ଟର ଦ୍ରୁତ ଗତିରେ ଜଶୀପୁର ପଟକୁ  ଯାଉଥିବା ସମୟରେ ଗୋଡ଼ାଇ ଗୋଡ଼ାଇ ଧରିଥିଲା ।

ଘଟଣା ସ୍ଥଳରୁ ଦୁଇଟି ଗାଡିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ଗୋଟିଏ  ଟ୍ରାକ୍ଟର ନମ୍ବର ବିହୀନ ଥିବା ବେଳେ ଅନ୍ୟ ଟ୍ରାକ୍ଟର ଟିର ନମ୍ବର ଠିକ ଦେଖାଯାଉନି । ତେବେ ଟ୍ରାକ୍ଟରରେ ବୋଝେଇ ହୋଇଥିବା ମାଙ୍କଡା ପଥର କ୍ୱାରି ସବୁ ଜଶୀପୁର ତହସିଲ ଅନ୍ତର୍ଗତରେ ବେଆଇନ ଭାବେ ପଥର ଖନନ କରି ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣା ଦୁଇଜଣକୁ ଗିରଫ କରିବା ସହିତ ପୃଥକ ପୃଥକ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.