Below header

ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଖସିଗଲା ଗୋଡ଼, ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର ଦୋହରା ପାଟଣା ଗାଁରେ ଅଘଟଣ । ଦୋହରାପାଟଣା ଗାଁର ୨୩ ବର୍ଷୀୟ ବିଭୂଦତ ନାୟକ ଗାଁ ପାଖ ଦେଇ ଯାଇଥିବା ବୈତରଣୀ ନଦୀକୁ ଗାଧୋଇ ଯାଇଥିଲେ । ଗାଧୋଇବା ସମୟରେ ଗୋଡ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ।

ପରେ ଘର ଲୋକ ଖୋଜା ଖୋଜି କରିବା ପରେ ନଦୀରୁ ସ୍ଥାନୀୟ ଲୋକେ ଯୁବକଙ୍କ  ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଯୁବକଙ୍କୁ  ଦମକଳ ଗାଡି ସାହାର୍ଯ୍ୟରେ ଆରଡି ମେଡିକାଲକୁ  ଆଣିଥିଲେ। କିନ୍ତୁ ମେଡିକାଲ ବନ୍ଦ ଥିବାରୁ ତାଙ୍କୁ  ଧୂଷୁରୀ ମେଡିକାଲକୁ ନେଇଥିଲେ। ପରେ  ସେଠାରେ ଡାକ୍ତର  ବିଭୂଦତଙ୍କୁ  ମୃତ ଘୋଷଣା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.