ଝାରସୁଗୁଡା: ଜୟବୁଡିଆ ଗାଁ ଜଙ୍ଗଲ ନିକଟରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ପ୍ରଥମେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଲଖନପୁର ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ଅଧିକ ଖୋଳତାଡ କରୁଛି । ଯୁବତୀଙ୍କୁ କେହି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

ଝାରସୁଗୁଡା(କେନ୍ୟୁଜ୍): ଜଙ୍ଗଲରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ଜୟବୁଡିଆ ଗାଁ ଜଙ୍ଗଲ ନିକଟରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।
ପ୍ରଥମେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଲଖନପୁର ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ଅଧିକ ଖୋଳତାଡ କରୁଛି । ଯୁବତୀଙ୍କୁ କେହି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପୁରା ଶରୀର ଜଳିଯାଇଛି । ଏଯାଏ ତାଙ୍କର ପରିଚୟ ମିଳି ନାହିଁ ।