Below header

ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା, ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କଳାହାଣ୍ଡି ଭବାନୀପାଟଣାରୁ ଆସିଛି ଏଭଳି ଖବର । ଅଞ୍ଜନ ପାଢୀନାମକ ଜଣେ ୨୮ ବର୍ଷୀୟ ଜଣେ ଯୁବକ ଭବାନୀପାଟଣା କଷାକେନ୍ଦୁ ଛକ ଠାରେ ଥିବା ପେଟ୍ରୋଲ ପମ୍ପ ପଛପଟେ ରହୁଥିଲେ ।

କଳାହାଣ୍ଡି (କେନ୍ୟୁଜ): ମହଙ୍ଗା ପଡିଲା ଉଧାର ଟଙ୍କା ମାଗିବା । ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କଳାହାଣ୍ଡି ଭବାନୀପାଟଣାରୁ ଆସିଛି ଏଭଳି ଖବର । ଅଞ୍ଜନ ପାଢୀନାମକ ଜଣେ ୨୮ ବର୍ଷୀୟ ଜଣେ ଯୁବକ ଭବାନୀପାଟଣା କଷାକେନ୍ଦୁ ଛକ ଠାରେ ଥିବା ପେଟ୍ରୋଲ ପମ୍ପ ପଛପଟେ ରହୁଥିଲେ । ସେ ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଉଧାରୀ ଦେଇଥିଲେ । ହେଲେ ସେ ବହୁତ ଦିନରୁ ନିଜ ପଇସା ମାଗି ଆସୁଥିଲେ ।

ତେବେ ବୁଧବାର ସେ ପୁଣିଥରେ ନିଜ ପଇସା ମାଗିବାକୁ ଯିବାରୁ ଉଭୟଙ୍କ ମଧ୍ୟରେ ବଚସା ହେଇଥିଲା । ଏଥିରେ ଉତକ୍ଷିପ୍ତ ହେଇ ଦୁର୍ବୃତ୍ତ ଜଣକ ରଞ୍ଜନଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲେ । ପୋଡି ହୋଇ ଯାଉଥିବା ବେଳେ ମୂର୍ମୁଷୁ ଅବସ୍ଥାରେ ଅଞ୍ଜନଙ୍କୁ କିଛି ଲୋକ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ତେବେ ସେ କିଛି କହିବା ଅବସ୍ଥା ରେ ନଥିବା ବେଳେ ଉଧାର ଟଙ୍କାକୁ ନେଇ ଏଭଳି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଥିବା ଅଞ୍ଜନ୍ କହିଥିଲେ । ପରେ ତାଙ୍କୁ ଡ଼କ୍ଟର ବୁର୍ଲାକୁ ସ୍ତାନ୍ତରିତ କରିଛନ୍ତି । ତେବେ ଖବର ଲେଖିବା ପର୍ଯ୍ୟନ୍ତ ଟାଉନ୍ ଥାନାରେ କୌଣସି ଏତଲା ଦିଆଯାଇନଥିଲା । ସେପଟେ ଅଭିଯୁକ୍ତର ପରିଚୟ ମିଳି ନ ଥିବା ବେଳେ ଘଟଣା ରହସ୍ୟ ଜଣା ପଡୁନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.