Below header

ଫୁଟବଲ୍‌ ଖେଳ ଦେଖିବାକୁ ଯାଇ ଆଉ ଫେରିଲେନି, ଦୁଇ ଦିନ ପରେ ମିିଳିଲା କ୍ଷତାକ୍ତ ମୃତଦେହ

ଆନନ୍ଦପୁର (କେନ୍ୟୁଜ): ଫୁଟବଲ ଖେଳ ଦେଖିବାକୁ ଯାଇ ଫେରିଲେନି ଘରକୁ । ୨ଦିନ ପରେ ମିଳିଲା କ୍ଷତାକ୍ତ ମୃତ ଦେହ । ଆନନ୍ଦପୁରର ଘଷିପୁର ଥାନା ଜାମୁବାହାଳି ପାହାଡ଼ ନିକଟ ଧାନ କ୍ଷେତରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ସ୍ଥାନିୟ ଝିଙ୍କିପିଟା ଗାଁର ବୈଦ୍ୟନାଥ ମାରାଣ୍ଡି । ଗତ ଶୁକ୍ରବାର ଦିନ ଫୁଟବଲ ଖେଳ ଦେଖିବାକୁ କହି ଘରୁ ଯାଇଥିଲେ କିନ୍ତୁ ଘରକୁ ଫେରି ନଥିଲେ ।

୨ଦିନ ପରେ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ପୋଲିସ । ଶରୀରର ବିଭିନ୍ନ ସ୍ଥାନରେ କ୍ଷେତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ୍ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ବୈଦ୍ୟନାଥଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.