ଦଳୀୟ ଚିହ୍ନ ଉପରେ ରୋକ୍‌ ଲଗାଇବା ପରେ ନିର୍ବାଚନ କମିଶନଙ୍କୁ ନୂଆ ନାଁ ପ୍ରସ୍ତାବ ଦେଲେ ଉଦ୍ଧବ ଠାକରେ

ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ବିବାଦ। ଏହା ଭିତରେ ବଡ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେବା ପରେ ଏହି ଚିହ୍ନକୁ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ତେବେ ଏହା ପରେ ଉଦ୍ଧବ ଠାକରେ ଗୋଷ୍ଠୀ ମୁମ୍ୱାଇର ଅନ୍ଧେରି ଇଷ୍ଟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତିନିଟି ନାଁ ଏବଂ ନିର୍ବାଚନୀ ଚିହ୍ନର ଲିଷ୍ଟ ଦେଇଛି । ତେବେ ଠାକରେ ନିର୍ବାଚନୀ ଚିହ୍ନ ପାଇଁ ଟର୍ଚ୍ଚ, ଉଦୟ ଦେଉଥିବା ସୂର୍ଯ୍ୟ ଏବଂ ତଲଓ୍ଵାର ଚିହ୍ନ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି।

ତେବେ ଗୋଷ୍ଠୀର ନିର୍ବାଚନୀ ନାଁ ପାଇଁ ‘ଶିବସେନା ବାଲାସାହେବ ଠାକରେ’ ହେଉଛି ଉଦ୍ଧବ ଗୋଷ୍ଠୀର ପ୍ରଥମ ପସନ୍ଦ । ଦ୍ୱିତୀୟ ନାଁ ପାଇଁ ‘ଶିବସେନା ଉଦ୍ଧବ ବାଲାସାହେବ ଠାକରେ’ ନାଁର ପ୍ରସ୍ତାବ ଦିଆଯାଇଛି । ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବାଲାସାହେବ ଠାକରେ ନାଁକୁ ବ୍ୟବହାର କରାଯାଇଛି ।

ସେହିପରି ଚିହ୍ନ ପାଇଁ ଟର୍ଚ୍ଚ, ଉଦୟ ଦେଉଥିବା ସୂର୍ଯ୍ୟ, ତଲଓ୍ଵାର ଚିହ୍ନ ପାଇଁ ଦାବି କରାଯାଇଛି। ପରେ ନିର୍ବାଚନ ଆୟୋଗ ଏହାକୁ ନେଇ କହିଛନ୍ତି, କମିଶନ ପାଖରେ ରହିଥିବା ଚିହ୍ନଙ୍କୁ ସିନ୍ଧେ ଏବଂ ଠାକରେ ଗୋଷ୍ଠୀ ଚୟନ କରିବାକୁ ହେବ।

ପାର୍ଟିର ଦୁଇ ଗୋଷ୍ଠୀ ଦ୍ୱାରା ନାଁ ଏବଂ ନିର୍ବାଚନୀ ଚିହ୍ନ ଉପରେ ଦାବି କରାଯିବା ପରେ ନିର୍ବାଚନ ଆୟୋଗ ଶିବସେନାର ନାଁ ଓ ଦଳୀୟ ଚିହ୍ନ(ଧନୁ-ତୀର)ର ବ୍ୟବହାର ଉପରେ ରୋକ ଲଗାଇ ଦେଇଥିଲେ।। ଏହାପରେ ସୋମବାର ସୁଦ୍ଧା ନିଜ ନିଜ ପାର୍ଟି ପାଇଁ ତିନୋଟି ଲେଖାଏଁ ନାଁ ଏବଂ ନିର୍ବାଚନୀ ଚିହ୍ନର ପ୍ରସ୍ତାବ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ମୁମ୍ବାଇ ଅନ୍ଧେରି-ଇଷ୍ଟ ଉପନିର୍ବାଚନ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଏପରି ବିବାଦ ଲାଗିରହିଛି। ଉଭୟ ପକ୍ଷଙ୍କୁ ଅକ୍ଟୋବର ୧୧ ତାରିଖ ଦିନ ୧ଟା ସୁଦ୍ଧା ଦଳୀୟ ଚିହ୍ନଙ୍କୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ କୁହାଯାଇଛି।
ନିର୍ବାଚନ କମିଶନ ନିକଟରେ ୬ଟି ରାଜ୍ୟର ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଥିଲା। ଯେଉଁଥିରେ ଅନ୍ଧେରି-ଇଷ୍ଟ ବିଧାନସଭା ଉପନିର୍ବାଚନ ସିଟ୍‌ ମଧ୍ୟ ସାମିଲ ଥିଲା। ତେବେ ଅନ୍ଧେରି-ଇଷ୍ଟ ସମେତ ବାକି ରାଜ୍ୟର ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ ନଭେମ୍ବର ୩ ତାରିଖ ଏବଂ ଫଳାଫଳ ଘୋଷଣା ୬ ନଭେମ୍ବରରେ ହେବ।

Also Read : ନାସିକ ବସ୍‌ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ କରାଯିବ ମାଗଣା ଚିକିତ୍ସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.