ନାସିକ ବସ୍‌ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ କରାଯିବ ମାଗଣା ଚିକିତ୍ସା

ମହାରାଷ୍ଟ୍ରର ନାସିକ ଏବଂ ଔରଙ୍ଗାବାଦ ରାସ୍ତାରେ ଶୁକ୍ରବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିବା ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ କହିଛନ୍ତି।

ସ୍ଲିପର ବସ୍‌ଟି ଟ୍ରେଲର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଘଟଣାସ୍ଥଳରେ ୮ ରୁ ୧୦ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବସ୍‌ରେ ପାଖାପାଖି ୩୦ ଯାତ୍ରୀ ରହିଥିଲେ ବୋଲି ଟ୍ରାଭେଲ କମ୍ପାନୀର ମାଲିକ କହିଛନ୍ତି।

ଖବର ଅନୁଯାୟୀ, ନାସିକ-ଔରଙ୍ଗାବାଦ ରୁଟର ନାନ୍ଦୁରନାକା ନାମକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ବସର ନିଆଁ ଲାଗିଥିବା ଦେଖି କିଛି ଯାତ୍ରୀ ତୁରନ୍ତ ଗାଡିରୁ ବାହାରିଯାଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଫସି ଯାଇଥିଲେ। ବହୁ ଚେଷ୍ଟା କରିଥିଲେ ବି ସେମାନେ ବାହାରିବାରେ ସଫଳ ହୋଇଥିଲା । ଶେଷରେ ବସ୍ ନିଆଁ ଲାଗି ୯ ଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ବାକି ୨ ଜଣ ହସପିଟାଲରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଏତେ ବଡ଼ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦମକଳ ବାହିନୀ ମଧ୍ୟ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣା ବିଳମ୍ବିତ ରାତିରେ ହୋଇଥିବା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ।

Also Read : ଆମେରିକାରେ ଅପହୃତ ଶିଖ ପରିବାରର ୪ ଜଣଙ୍କୁ ହତ୍ୟା, ୮ ମାସର ଶିଶୁକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.