ଘର ଭିତରେ ମାଆଙ୍କୁ ପିଟିପିଟି ହତ୍ୟା! ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି ପୋଲିସ୍

ଭଞ୍ଜନଗର(କେନ୍ୟୁଜ): ଘର ଭିତରେ ମାଆଙ୍କୁ ପିଟିପିଟି ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମାଆର ମୃତଦେହକୁ ଜବତ କରିଛି ପୋଲିସ। ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ।

ଗତକାଲି ରାତିରେ କୌଣସି କାରଣକୁ ନେଇ ମାଆ ଓ ପୁଅ ଭିତରେ ଝଗଡ଼ା ହୋଇଥିଲା। ଶେଷରେ ମାଆକୁ ପିଟିପିଟି ହତ୍ୟା କରିଥିଲା ପୁଅ। ହତ୍ୟା କରିବା ଅଭିଯୋଗରେ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ତାରାସିଙ୍ଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.