ଆରମ୍ଭ ହେଉଛି କାର୍ତ୍ତିକ ମାସ, ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ , ଜାଣନ୍ତୁ କାର୍ତ୍ତିକ ମାସର କ’ଣ ରହିଛି ମହତ୍ୱ

ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍‌ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚର୍ତୁମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ । ଏହାଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ସମ୍ବନ୍ଧ ରହିଥାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ବିବାହ କରିବା ସର୍ବୋତ୍ତମ ରହିଥାଏ । ଏହି ମାସରେ ଦୀପଦାନ ଏବଂ ଦାନ କରିବା ଦ୍ୱାରା ଅକ୍ଷୟ ଶୁଭ ଫଳ ମିଳିଥାଏ ।

ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ୱ ରହିଥାଏ। ଏହି ସବୁ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ। ଏହି ମାସ ସହ ଶ୍ରୀ ହରି ବିଷ୍ଣୁଙ୍କର ମଧ୍ୟ ଗଭୀର ସମ୍ବନ୍ଧ ରହିଛି। ପୌରାଣିକ ମାନ୍ୟତା ଅନୁଯାୟୀ ଶ୍ରୀ ହରି ବିଷ୍ଣୁ ସ୍ୱୟଂ କହିଛନ୍ତି, କାର୍ତ୍ତିକ ମାସ ମୋର ଅତି ପ୍ରିୟ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସ ସ୍ୱାମୀ କାର୍ତ୍ତିକେୟ ଏବଂ ନରାୟଣଙ୍କୁ ସମର୍ପିତ କରାଯାଇଥାଏ। ଏହା ବ୍ୟତୀତ ଶରଦ ପୂର୍ଣ୍ଣିମା ଦିନ ରାତିରେ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଆସି ସମ୍ପୂର୍ଣ୍ଣ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କ ନିଦ୍ରା ତ୍ୟାଗ ପୂର୍ବରୁ ସମ୍ପୂର୍ଣ୍ଣ ସୃଷ୍ଟିର ବ୍ୟବସ୍ଥା ଦେଖିଥାନ୍ତି।

କାର୍ତ୍ତିକ ମାସ ଶ୍ରୀହରିଙ୍କ ଅôୟନ୍ତ ପ୍ରିୟ ମାସ । ସେଥିପାଇଁ ମା’ ଲକ୍ଷ୍ମୀଙ୍କ ପ୍ରିୟ ମାସ ମଧ୍ୟ କାର୍ତ୍ତିକ ହୋଇଥାଏ । ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥାନ୍ତି ପରେ ଯୋଗ ନିଦ୍ରାରୁ ଉଠି ସମଗ୍ର ସୃଷ୍ଟିରେ ଆନନ୍ଦ ଏବଂ କୃପା ବର୍ଷା କରନ୍ତି । ଏହି ମାସରେ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରନ୍ତି ଏବଂ ଭକ୍‌ତଙ୍କୁ ଅପାର ଧନ ଦିଅନ୍ତି । ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପ୍ରତି ମାସରେ ଧନ ତ୍ରେୟାଦଶୀ, ଦୀପାବଳି ଏବଂ ଗୋପାଷ୍ଟମୀ ପାଳନ କରାଯାଏ । ଏହି ମାସରେ ବିଶେଷ ପୂଜା ଏବଂ ପ୍ରୟୋଗ କରିବା ଦ୍ୱାରା ମଧ୍ୟ ଅପାର ଧନ ପାଇବେ ଏବଂ କରଜରୁ ମୁକ୍‌ତ ହେବେ ।

କାର୍ତ୍ତିକ ମାସର ତ୍ରୟୋଦଶୀ, ଚର୍ତୁଦଶୀ ଏବଂ ପୂର୍ଣ୍ଣିମାକୁ ଶାସ୍ତ୍ରରେ ଅତି ପୁଷ୍କରିଣୀ କୁହାଯାଇଛି। ସ୍କନ୍ଧ ପୁରାଣ ଅନୁଯାୟୀ କାର୍ତ୍ତିକ ମାସରେ ଏହି ତିନି ଦିନ ପ୍ରାତଃ ସ୍ନାନ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଏହି ମାସରେ ଭଗବତ ଗୀତା, ସତ୍ୟନାରାୟଣ ବ୍ରତ କଥା ଏବଂ ଗୀତାପାଠ ବିଷ୍ଣୁ ସହସ୍ର ନାମ ପାଠ ତଥା ‘ ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରିବା ଦ୍ୱାରା ପ୍ରାଣୀ ପାପ ମୁକ୍ତ ହୋଇ ଭଗବାନ ବିଷ୍ଣୁଙ୍କ କୃପା ଲାଭ କରିଥାଏ।

ଏହି ମାସରେ ନିରାମିଷ ଏବଂ ବିନା ପିଆଜ ରସୁଣ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଏ । ସୂର୍ଯ୍ୟ କିରଣରେ ଗାଧୋଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଉତ୍ତମ ହୋଇଥାଏ । ଏହି ମାସରେ ଦ୍ୱିପ୍ରହରରେ ମଧ୍ୟ ଶୋଇବାକୁ ମନା କରାଯାଇଛି । ପାରିବାରିକ ଏବଂ ବୈବାହିକ ଜୀବନରେ ତୁଳସୀ ପୂଜା ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ପୂଜା କରିବାର ସର୍ବଶ୍ରେଷ୍ଠ ମାସ କାର୍ତ୍ତିକ ମାସ ହୋଇଥାଏ । କାର୍ତ୍ତିକ ମାସରେ ସବୁ ଦିନ ଉତ୍ତମ । ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଦୀପ ଲଗାଇ ପାରିବାରିକ ଜୀବନ ସୁଖମୟ ଏବଂ ବୈବାହିତ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ।

ଏହାବ୍ୟତୀତ କାର୍ତ୍ତିକ ମାସରେ ମିଥ୍ୟା କହିବା, ଚୋରି କରିବା, ଧୋକା ଦେବା, ଜୀବ ହତ୍ୟା, ଗୁରୁଙ୍କ ନିନ୍ଦା କରିବା ଭଳି କାମ କରିବା ଅନୁଚିତ। ଏହି ମାସରେ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଖୋଲା ଆକାଶ ତଳେ ଦୀପ ଲଗାଇ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.