Below header

ଯାଜପୁର: ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଗଣ୍ଡଗୋଳ, ଯୁବକଙ୍କୁ ବାଡେଇ ମାରିଦେଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଗଣ୍ଡଗୋଳ। ଫଳରେ ଜଣେ ଯୁବକର ମୃତ୍ୟୁ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ସରିଫାବାଦ ଗାଁରେ। ଗତ ୧୩ତାରିଖ ଦିନ ଗାଁରେ ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଗାଁର ନୀଳମଣି ଦଳେଇଙ୍କ ସହ ଗାଁର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ନୀଳମଣି ଗୁରୁତର ଭାବେ ଆହତ ହେବାରୁ ନିକଟସ୍ଥ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ଚିକତ୍ସା ପାଇଁ ନେଇଥିଲେ। ଚିକତ୍ସା କରି ସରିବା ପରେ ନିଲମଣୀଙ୍କୁ ଘରକୁ ନେଇ ଆସିଥିଲେ। ତେବେ ଗତକାଲି ରାତିରେ ପୁଣି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

jajpur murder 2

ଏ ଘଟଣାକୁ ନେଇ ଆଜି ମୃତ ନିଲମଣୀଙ୍କ ମା ଖୁଲଣା ଦଳେଇ କୁଆଖିଆ ଥାନାରେ ତାଙ୍କ ପୁଅକୁ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ଗାଁର ୫ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏପଟେ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁଆଖିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.