୮ମ ଶ୍ରେଣୀ ଛାତ୍ର ସହିତ ଫେରାର୍‌ ହୋଇଗଲା ୩ ଛୁଆର ମା’ ! ବର୍ଷେ ହେବ ଚାଲିଥିଲା ପ୍ରେମ ସମ୍ପର୍କ

କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ, ଯାହାକୁ ଶୁଣି ସମାଜ ବି ଲଜ୍ଜାବୋଧ କରିଥାଏ। ଏବେ ଉତ୍ତର ପ୍ରଦେଶର ଗୋରଖପୁରରୁ ଏମିତି ହିଁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଖବର ମୁତାବକ, ଏଠାରେ ୩ ଛୁଆର ମା’ ୮ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ସହିତ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ଏ ନେଇ ଛାତ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଖୁଲାସା ହୋଇଛି।

ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁଇଜଣଙ୍କର ପତ୍ତା ମିଳିପାରିନାହିଁ। ଅଭିଯୋଗ ଅନୁସାରେ, ମହିଳାଙ୍କ ବୟସ ୨୯ ବର୍ଷ ଥିବା ବେଳେ ଛାତ୍ରଙ୍କ ବୟସ ରହିଛି ମାତ୍ର ୧୫ ବର୍ଷ। ଗତ ବୁଧବାର ଲାଗିଥିବା ମହାଶିବରାତ୍ରୀ ମେଳାରୁ ଦୁହେଁ ଫେରାର୍‌ ହୋଇଯାଇଛନ୍ତି। ପରିବାର ଲୋକେ ବହୁ ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ଶେଷରେ ପୋଲିସକୁ ଜଣାଇଛନ୍ତି।

ଜଣାପଡ଼ିଛି କି, ମହିଳା ଏବଂ ଛାତ୍ର ୧ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ବୟସରେ ଏତେ ଫରକ ଥିବା କାରଣରୁ କାହାର ବି ସନ୍ଦେହ ହୋଇ ନ ଥିଲା। ପୋଲିସ ଅଧିକାରୀ ରାହୁଲ ଭାଟି କହିଛନ୍ତି, ‘ଛାତ୍ରଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ମହିଳାଙ୍କ ବିରୋଧରେ ଧାରା ୩୬୩ ଏବଂ ୩୬୫ ଅଧୀନରେ ମାମଲା ରୁଜୁ କରାଯାଇଛି। ଆମେ ଦୁଇଜଣଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁଛୁ’। ସେପଟେ ମହିଳାଙ୍କ ସ୍ୱାମୀଙ୍କ କହିବା ହେଲା, କିଛିଦିନ ହେବ ସ୍ତ୍ରୀଙ୍କ ବ୍ୟବହାର ତାଙ୍କ ପ୍ରତି ଅଲଗା ରହୁଥିଲା। କିନ୍ତୁ ସେ ବିଶ୍ୱାସ କରିପାରୁନାହାନ୍ତି ଯେ ସ୍ତ୍ରୀ ଏମିତି ଏକ କାମ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.