Below header

ମାଛ ବିକାଳି ମୁଣ୍ଡରେ ହାଇଟେକ ବୁଦ୍ଧି, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଚୋରି କରୁଥିଲା ବାଇକ୍

ମାଛ ବିକାଳି ମୁଣ୍ଡରେ ହାଇଟେକ ବୁଦ୍ଧି । ଦିନରେ ମାଛ ବେପାର, ରାତିରେ ଗାଡି ଚୋରି । ଗତ ୬ ତାରିଖରେ ଫରେଷ୍ଟ ପାର୍କରୁ ଏକ ବାଇକ ଚୋରି ହୋଇଥିଲା । ଏହି ଘଟଣାରେ ଚିତ୍ତ ରଞ୍ଜନ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ୍ ।

ଭୁବନେଶ୍ୱର(କେନ୍ୟୁଜ): ମାଛ ବିକାଳି ମୁଣ୍ଡରେ ହାଇଟେକ ବୁଦ୍ଧି । ଦିନରେ ମାଛ ବେପାର, ରାତିରେ ଗାଡି ଚୋରି । ଗତ ୬ ତାରିଖରେ ଫରେଷ୍ଟ ପାର୍କରୁ ଏକ ବାଇକ ଚୋରି ହୋଇଥିଲା । ଏହି ଘଟଣାରେ ଚିତ୍ତ ରଞ୍ଜନ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତ ଠାରୁ ୩ ଟି ଗାଡି ସିଜ କରାଯାଇଛି । ଅଭିଯୁକ୍ତ ଚିତ୍ତ ର ୟୁନିଟ ୱାନ ହାଟରେ ଏକ ମାଛ ଦୋକାନ ରହିଛି।

ତେବେ ମାଛ ବେପାର ସାରିବା ପରେ ସେ ଲୁଟପାଟ କରୁଥିବା ଜେରା ବେଳେ ସୂଚନା ମିଳିଛି । ଜନଗହଳିପୂର୍ଣ୍ଣ କ୍ୟାପିଟାଲ ହସ୍ପିଟାଲ, ଆଇଜି ପାର୍କ, ୟୁନିଟ ୧ ହାଟ, ମାର୍କେଟ ବିଲ୍ଡିଂରୁ ସେ ଗାଡି ଲୁଟ୍ କରି ଚମ୍ପଟ ମାରୁଥିବା ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଗାଡି ପାର୍କ କରୁଥିବା ବେଳେ ସମସ୍ତଙ୍କୁ ଡବଲ ଲକ୍ କରିବାକୁ ନିବେଦନ କରିଛନ୍ତି କ୍ୟାପିଟାଲ ଥାନା ଅଧିକାରୀ ।

କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । କଷ୍ଟ ଅର୍ଜିତ ଧନରୁ କିଏ ନିଜ ପାଇଁ ଗାଡି ତ କିଏ ଅଳଙ୍କାର କି ଆଉ କିଛି କିଣିଥାନ୍ତି । ଆଉ ଗୋଟେ ଦିନରେ ଧନୀ ହେବା ଆଶାରେ ହେଉ କି କୌଣସି ନିଶା ସେବନ ପାଇଁ ହେଉ, କିଛି ଟଙ୍କା ପାଇଁ ଏଭଳି ଅବାଟକୁ ଆପଣାଇ ନେଇଥାନ୍ତି ଏଭଳି କିଛି ଲୋକ। କିନ୍ତୁ ପରର ସୁଖ ଛଡାଇ ନିଜର ସ୍ୱାର୍ଥ ପୂରଣ କରିବା କଣ ଠିକ୍ । ତେବେ ଏମାନଙ୍କୁ ସାବାଡ୍ କରିବାକୁ ଆମ ମାନଙ୍କୁ ବି ସତର୍କ ରହିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.