ଅଧରାତିରେ ଫାଟିଲା ଫ୍ରିଜ୍‌, ଚାଲିଗଲା ଗୋଟିଏ ପରିବାରର ଛୁଆଙ୍କ ସମେତ ୫ ଜୀବନ

ଗତ ରବିବାର ରାତିରେ ହଠାତ ଘରେ ଫ୍ରିଜ ଫାଟି ବିସ୍ଫୋରଣ ହେବା ଦ୍ୱାରା ଘର ଭିତରୁ ଭୟଙ୍କର ଶବ୍ଦ ଶୁଭିଲା। ପରେ ଚାହୁଁ ଚାହୁଁ ଘରେ ନିଆଁ ଲାଗିଗଲା । ଆଉ କେହି କିଛି ଜାଣିବା ପୂର୍ବରୁ ଚାଲିଗଲା ଘରେ ଥିବା ସମସ୍ତଙ୍କ ଜୀବନ.. ମରଣ ସହ ସଂଗ୍ରାମ କରି ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ ।

ଆପଣଙ୍କ ଘରେ ଫ୍ରିଜ ଅଛି ତ ? ଯଦି ଅଛି ତାହେଲେ ସାବଧାନ ରୁହନ୍ତୁ… ଯଦି ଟିକେ ଅନ୍ୟମନସ୍କ ହେବେ ତାହେଲେ ଏହା ସିଧା ବ୍ଲାଷ୍ଟ ହେଇଯିବ .. ଆଉ ଏମିତି ଫାଟିବ ଯେ ଘରର ସବୁ ଲୋକଙ୍କ ଜୀବନ ଚାଲିଯିବ..ଯେମିତିକି ଏଇ ପରିବାର ସହ ଘଟିଯାଇଛି..ଗତ ରବିବାର ରାତିରେ ହଠାତ ଘରେ ଫ୍ରିଜ ଫାଟି ବିସ୍ଫୋରଣ ହେବା ଦ୍ୱାରା ଘର ଭିତରୁ ଭୟଙ୍କର ଶବ୍ଦ ଶୁଭିଲା। ପରେ ଚାହୁଁ ଚାହୁଁ ଘରେ ନିଆଁ ଲାଗିଗଲା । ଆଉ କେହି କିଛି ଜାଣିବା ପୂର୍ବରୁ ଚାଲିଗଲା ଘରେ ଥିବା ସମସ୍ତଙ୍କ ଜୀବନ.. ମରଣ ସହ ସଂଗ୍ରାମ କରି ଚାଲିଗଲା ଗୋଟିଏ ପରିବାରର ୫ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା ବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧ ମଧ୍ୟ ରହିଛନ୍ତି । ଅନ୍ୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ରବିବାର ରାତିରେ ଏହି ଘଟଣା ଘଟିଛି । ହଠାତ୍‌ କୌଣସି କାରଣରୁ ଫ୍ରିଜ୍‌ର କମ୍ପ୍ରେସର ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ପୁରା ପରିବାର ମରଣ ମୁହଁକୁ ଚାଲିଯାଇଛନ୍ତି .. ବିସ୍ଫୋରଣ ପରେ ସମସ୍ତ ୫ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ଦୁଃଖଦ ଘଟଣା ପଞ୍ଜାବର ଜଳନ୍ଧର ଜିଲ୍ଲାରୁ ଆସିଛି । ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟି ଯାଇଛି । ପୋଲିସର ସୂଚନାନୁସାରେ ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିଲା । ଫଳରେ ପରିବାରର ୫ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ସିଭିଲ ହସ୍ପିଟାଲ ଜଳନ୍ଧରକୁ ନିଆଯାଇଥିଲା । କିନ୍ତୁ ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ, ୭୦ ବର୍ଷୀୟ ଯଶପାଲ ଘାଇ, ୪୦ ବର୍ଷିୟ ରୁଚି ଘାଇ, ୧୪ ବର୍ଷିୟ ମାନସ, ୧୨ ବର୍ଷିୟ ଦିୟା ଏବଂ ୧୦ ବର୍ଷିୟ ଅକ୍ଷୟ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଫରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫ୍ରିଜ ତ ସମସ୍ତଙ୍କ ଘରେ ଅଛି ହେଲେ ଏମିତି ବ୍ଲାଷ୍ଟ ହୋଇ ଲୋକଙ୍କ ଜୀବନ ଚାଲିଯିବା ଘଟଣା ବୋଧେ ହୁଏ ଏ ପ୍ରଥମ..ଯାହାକି ସାଧାରଣ ଭାବେ ଗ୍ୟାସ ସିଲିଣ୍ଡର ଫାଟିଗଲେ ଏମିତି ଦୁର୍ଘଟଣା ଘଟେ… ତେବେ କେଉଁ କାରଣରୁ ଏପରି ଏକ ଭୟଙ୍କର ବିସ୍ଫୋରଣ ହେଲା ସେନେଇ ତନାଘନା ଚାଲିଛି। ନମୁନା ସଂଗ୍ରହ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସଠିକ୍‌ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.