ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ମା’ ଓ ଝିଅ ଉଦ୍ଧାର ଘଟଣା, ପରିବାର ସହ ଫେରିଲେ ଛତିଶଗଡ଼

ସୁନ୍ଦରଗଡ଼ରେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ଅବଶେଷରେ ଛତିଶଗଡ଼ରେ ଥିବା ନିଜ ଗାଁକୁ ଫେରିଛନ୍ତି। ଗତକାଲି ଛତିଶଗଡ଼ରୁ ଆସିଥିବା ମହିଳାଙ୍କ ଝିଅ ଓ ଯାଆଙ୍କ ସହ ଆଜି ସକା‌ଳେ ଫେରିଛନ୍ତି।

ସୁନ୍ଦରଗଡ଼ (କେନ୍ୟୁଜ): ଛତିଶଗଡ଼ ଫେରିଲେ ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମାଆ ଓ ଝିଅ । ପରିବାର ଲୋକଙ୍କ ସହ ସେମାନେ ନିଜ ଗାଁ ଛତିଶଗଡ଼ର ଖାରିବାହାଲ ଯାଇଛନ୍ତି । ଗତକାଲି ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଛତିଶଗଡ଼ରେ ମାଆ, ଝିଅ ଓ ପରିବାର ଲୋକଙ୍କର ବୟାନ ରେକର୍ଡ କରିବ ସ୍ଥାନୀୟ ପୋଲିସ । ସେମାନଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ଜାଣିବା ପାଇଁ ଡାକ୍ତରୀ ପରୀକ୍ଷା କରାଯିବ । ଦୁଷ୍କର୍ମ ହୋଇଥିଲେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସୂଚନା ଦେଇଛନ୍ତି ଛତିଶଗଡ଼ ଫତରଗାଁଓ ଏସଡିପିଓ । ଉଦ୍ଧାର ମହିଳା ସେମାନଙ୍କ ସହ ଗାଁର ଜଣେ ସମ୍ପର୍କୀୟ ଦିଅର ଦୁଷ୍କର୍ମ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ।

ଗତକାଲି ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କର ବୟାନ ରେକର୍ଡ ହୋଇଥିଲା । ଏହାପରେ ସାମାଜିକ ସୁରକ୍ଷା ଅଧିକାରୀ, ଆସ୍ଥା ଗୃହ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଦୁଇ ଜଣଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗତ ୬ ତାରିଖରେ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ମାଆ ଓ ଝିଅଙ୍କୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.