ଚଣ୍ଡିଗଡ ପିଜିଆଇ ନେହରୁ ହସପିଟାଲରେ ଅଗ୍ନିକାଣ୍ଡ, ଅଧଘଣ୍ଟାରେ ବଞ୍ଚିଗଲା ୪୧୫ ରୋଗୀଙ୍କ ଜୀବନ

ପଞ୍ଜାବର ଚଣ୍ଡିଗଡ଼ସ୍ଥିତ ପିଜିଆଇ ନେହରୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ରୋଗୀମାନଙ୍କୁ ମେଡିକାଲ ବାହାରକୁ ଆଣିଥିବା ବେଳେ ଆଇସିୟୁକୁ ବି ଖାଲି କରି ଦେଇଥିଲେ । ହସପିଟାଲର ସମସ୍ତ କର୍ମଚାରୀ ମିଶି ଅଧାଘଣ୍ଟାରେ ୪୧୫ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାର କରିଥିଲେ ।

ପଞ୍ଜାବର ଚଣ୍ଡିଗଡ଼ସ୍ଥିତ ପିଜିଆଇ ନେହରୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ପ୍ରଥମ ମହଲା ଜଳିପୋଡ଼ି ସମ୍ପୂର୍ଣ୍ଣ ଧ୍ୱସଂ ହୋଇ ଯାଇଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି । ଭୟଙ୍କର ନିଆଁ ଧୂଆଁ ଖୁବଶୀଘ୍ର ଏମରଜେନ୍ସୀ ଓ୍ଵାର୍ଡକୁ ପଶିଯାଇଥିଲା । ସୂଚନା ମିଳିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ହସ୍ପିଟାଲର କମ୍ପ୍ୟୁଟର ରୁମରେ ଥିବା ବ୍ୟାଟେରି ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି ।

ଏହି ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ରୋଗୀମାନଙ୍କୁ ମେଡିକାଲ ବାହାରକୁ ଆଣିଥିବା ବେଳେ ଆଇସିୟୁକୁ ବି ଖାଲି କରି ଦେଇଥିଲେ । ଧୂଆଁ ସଙ୍ଗେ ସଙ୍ଗେ ଆପତ୍ତକାଳୀନ ଓ୍ଵାର୍ଡକୁ ବ୍ୟାପୀ ଯାଇଥିବାରୁ ସିକ୍ୟୁରିଟି ଗାର୍ଡ ତୁରନ୍ତ ବାଟ ବନ୍ଦ କରିଦେଇଥିଲେ । ନିଆଁ ଲାଗିବା ଯୋଗୁଁ ରୋଗୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିଲା । ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିବା ପରେ ସମସ୍ତ ରୋଗୀଙ୍କୁ ହସପିଟାଲରୁ ସୁରକ୍ଷିତ ବାହାର କରାଯାଇଛି । ହସ୍ପିଟାଲର ସମସ୍ତ କର୍ମଚାରୀ ମିଳିତ ଭାବେ ପ୍ରାୟ ଅଧ ଘଣ୍ଟା ମଧ୍ୟରେ ୪୧୫ ରୋଗୀଙ୍କୁ ହସ୍ପିଟାଲରୁ ବାହାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ । ଏବେ ନିଆଁ ଲିଭା ସରିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି ।

ଏହାକୁ ନେଇ ପିଜିଆଇର ନିର୍ଦ୍ଦେଶକ ଡ. ବିବେକ ଲାଲ କହିଛନ୍ତି, ନିଆଁ କମ୍ପ୍ୟୁଟର ରୁମରୁ ୟୁପିଏସ ସିଷ୍ଟମ ବ୍ୟାଟେରିରୁ ଲାଗିଛି । ହସପିଟାଲର ସମସ୍ତ କର୍ମଚାରୀ ମିଶି ଅଧାଘଣ୍ଟାରେ ୪୧୫ ଜଣ ରୋଗୀଙ୍କୁ ସୁରକ୍ଷିତ ବାହାର କରିଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଗଷ୍ଟରେ ରିସର୍ଚ୍ଚ ବ୍ଲକରେ ନିଆଁ ଲାଗିଯାଇଥିଲା । ଏଥର ନିଆଁ ଠାରୁ ଅଧିକ ଭୟଙ୍କର ନିଆଁ ଲାଗିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.