Below header

ପାରିବାରିକ କଳହର କରୁଣ ପରିଣତି, ଜ୍ୱାଇଁର ଛୁରାମାଡ଼ରେ ଜଣେ ମୃତ, ୪ ଗୁରୁତର

ଜ୍ୱାଇଁର ଛୁରାମାଡ଼ରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ ଉପର ମାଳିସାହି ତାତାମ୍ବରୀ ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ । ସେହିପରି ନନ୍ଦିନୀ ସ୍ତ୍ରୀ, ଶାଶୁ, ସଢୁ, ଦେଢ଼ଶାଶୁ ଆହତ ହୋଇଛନ୍ତି ।

ପୁରୀ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ଜ୍ୱାଇଁର ଛୁରାମାଡ଼ରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ ଉପର ମାଳିସାହି ତାତାମ୍ବରୀ ଗାଁରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ । ସେହିପରି ନନ୍ଦିନୀ ସ୍ତ୍ରୀ, ଶାଶୁ, ସଢୁ, ଦେଢ଼ଶାଶୁ ଆହତ ହୋଇଛନ୍ତି । ଆହତମାନଙ୍କୁ ରୁକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ଜ୍ୱାଇଁ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । କୁମ୍ଭାରପଡା ଥାନା ପୋଲିସ ତଦନ୍ତ କରୁଛି ।

ସୂଚନା ଅନୁସାରେ ଅଭିଯୁକ୍ତ ନୃସିଂହ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ନୃସିଂହ ସବୁବେଳେ ନିଜ ସ୍ତ୍ରୀକୁ ବିଭିନ୍ନ ସମୟରେ ମାରପିଟ୍ କରନ୍ତି। ଏହାକୁ ସହି ନ ପାରି ନୃସିଂହଙ୍କ ସ୍ତ୍ରୀ ନିଜ ବାପ ଘରେ ଆସି ରହୁଥିଲେ। ଗତକାଲି ନନ୍ଦିନୀଙ୍କ ବାପ ଘର ଲୋକେ ଘଟଣାର ବୁଝାସୁଝା କରିବା ଲାଗି ନୃସିଂହଙ୍କ ଘରକୁ ଆସିଥିଲେ। ସେଠାରେ ଆଲୋଚନା ସମୟର ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏହି କଳହ ଉଗ୍ର ରୂପ ନେଇଥିଲା। ନୃସିଂହ ଉତକ୍ଷିପ୍ତ ହୋଇ ଘରୁ ଏକ ଛୁରୀ ଆଣି ନନ୍ଦିନୀ ପୁତୁରା ସୌମ୍ୟ ରଞ୍ଜନ, ଶାଶୁ ଦେଢ଼ଶାଶୁ ଓ ଶଢ଼ୁ ଓ ନନ୍ଦିନୀଙ୍କୁ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଦୌଡ଼ି ଆସିବାରୁ ନୃସିଂହ ସେଠାରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.