ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ମହିଳାଙ୍କୁ ଦେବାକୁ ପଡିବନି ଆବେଦନ ଶୁଳ୍କ

ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡରେ ଚାକିରି ସୁଯୋଗ । ଇଂଜିନିୟରିଂ କରିଥିଲେ ୧୮ ଅଗଷ୍ଟ ପୂର୍ବରୁ କରନ୍ତୁ ଆବେଦନ । ଜାଣନ୍ତୁ କେମିତି କରିବେ ।

ଇଂଜିନିୟରିଂ କରିଛନ୍ତି କି ! ତେବେ ତୁରନ୍ତ କରନ୍ତୁ ଆବେଦନ । ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ(UCIL)ରେ ବମ୍ପର ଭର୍ତ୍ତି । ଆବେଦନ କରିବାର ଶେଷ ତାରିଖ ୧୮ ଅଗଷ୍ଟ ୨୦୨୩ ରହିଛି । ଖାଲିପଡିଥିବା ୧୨୨ ପଦବୀରେ କରିପାରିବେ ଆବେଦନ ।

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୟୁରାନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ucil.gov.in କୁ ଯାଆନ୍ତୁ ।

ପଦବୀ ବିବରଣୀ : ୧୨୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୮ ଅଗଷ୍ଟ ରହିଛି ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ସାଧାରଣ/EWS/ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD /ମହିଳାଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଦ୍ୱାରା ହେବ । ପ୍ରଥମେ ଲିଖିତ ପରୀକ୍ଷା, ତା’ ପରେ ଗ୍ରୁପ ଡିସକସନ ଶେଷରେ ପର୍ସନାଲ ଇଣ୍ଟରଭ୍ୟୁ ଜରିଆରେ ହେବ । ଏହି ଭର୍ତ୍ତି ଝାରଖଣ୍ଡ ପାଇଁ ହେବ ।

ଆବେଦନ କରିବା ପରେ ପ୍ରାର୍ଥୀ ଏହି ଠିକଣାରେ ଆବେଦନ ପତ୍ର ଏହି ଠିକଣାରେ ପଠାଇବାକୁ ହେବ ।

The General Manager (Instrumentation/Personnel & IR/Corporate Planning) Uranium Corporation of India Limited, (A Govt. of India Enterprise) P.O. Jaduguda Mines, District- Singhbhum East, Jharkhand – 832 102.

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ucil.gov.in/pdf/job/Advt_04%20of%202023_final.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.