ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଗୁଳି କରି ହତ୍ୟା

ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ ନିର୍ବାଚନ ରାଲିରେ ଗୁଳି କରି ହତ୍ୟା କରାଯାଇଛି । ପ୍ରଚାର ସାରି କାରରେ ବସିବାକୁ ଯାଉଥିବା ବେଳେ କେହି ଜଣେ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା । ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କ ରାଲି ବେଳେ ଗୁଳି କରି ହତ୍ୟା କରାଯାଇଛି । କାରରେ ବସିବାକୁ ଯାଉଥିବାବେଳେ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ୨୦ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଘଟଣା ଘଟିଛି ।

ଖବର ମୁତାବକ, ଆସନ୍ତା ୨୦ ତାରିଖରେ ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ନିମନ୍ତେ ୮ ଜଣ ରେସ୍ରେ ଥିବା ବେଳେ ୫୯ ବର୍ଷୀୟ ଫର୍ଣ୍ଣାଡୋ ଭିଲାଭିକେନସିଓ ବି ଜଣେ ପ୍ରମୁଖ ଦାବିଦାର ରହିଥିଲେ । ଗତକାଲି ସନ୍ଧ୍ୟା ସମୟରେ ଫର୍ଣ୍ଣାଡୋ ଭିଲାଭିକେନସିଓ ଏକ ପ୍ରଚାର ରାଲିରେ ଯାଇଥିଲେ । ଏହି ସମୟରେ ଅସମ୍ଭାଳ ଭିଡ଼ ହୋଇଥିବା ବେଳେ କେହି ଫର୍ଣ୍ଣାଡୋ ଭିଲାଭିକେନସିଓ କାରରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଏହାର ମୁକାବିଲା ପାଇଁ ଶୀର୍ଷ ସ୍ତରୀୟ ବୈଠକ ଡକାଯାଇଛି। ଦେଶରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିରୋଧୀ ଅଭିଯୋଗ କରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଫର୍ଣ୍ଣାଡୋଙ୍କୁ ଧମକ ମିଳୁଥିଲା । ଗତ ସପ୍ତାହରେ ଫର୍ଣ୍ଣାଡୋ ଏହା ସ୍ୱୀକାର କରିଥିଲେ । ମାଦକ ପଦାର୍ଥ ତସ୍କରୀ କରୁଥିବା ଏକ ଗ୍ୟାଙ୍ଗ ତାଙ୍କୁ ଧମକ ଦେଉଥିଲା । ସେ ପୂର୍ବରୁ ଜଣେ ସାମ୍ବାଦିକ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.