ଶୁଭଲକ୍ଷ୍ମୀ ଡେଥ୍ ସସପେନ୍ସ : ପୋଲିସକୁ ମିଳିଛି CDR ରିପୋର୍ଟ, ଖୋଲିପାରେ ମୃତ୍ୟୁ ରହସ୍ୟ

ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁ ପରେ ବି ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମକୁ ଅପରେଟ୍ କରୁଛି କିଏ? ଇନଷ୍ଟାରେ ଥିବା ସମସ୍ତ ଫଟୋ ଭିଡିଓକୁ ଡିଲିଟ୍ କରାଯିବା ସହ ଆକାଉଣ୍ଟକୁ ପ୍ରାଇଭେଟ କରାଯାଛି।

ଭୁବନେଶ୍ୱର (କେନ୍ୟୁଜ): ଶୁଭଲକ୍ଷ୍ମୀ ଡେଥ୍ ସସପେନ୍ସ ଉପରୁ ପରଦା ହଟୁନି । ଦିନକୁ ଦିନ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ। ଏବେ ପ୍ରଶ୍ନ ଉଠୁଛି ମୃତ୍ୟୁ ପରେ ବି ଶୁଭଲକ୍ଷ୍ମୀଙ୍କ ଇନଷ୍ଟାଗ୍ରାମକୁ ଅପରେଟ୍ କରୁଛି କିଏ? ଇନଷ୍ଟାରେ ଥିବା ସମସ୍ତ ଫଟୋ ଭିଡିଓକୁ ଡିଲିଟ୍ କରାଯିବା ସହ ଆକାଉଣ୍ଟକୁ ପ୍ରାଇଭେଟ କରାଯାଛି। ସେପଟେ ପୋଲିସ ହାତରେ ଲାଗିଛି ଶୁଭଲକ୍ଷ୍ମୀଙ୍କ CDR ରିପୋର୍ଟ। ମୃତ୍ୟୁ ରହସ୍ୟ ଖୋଲିବ କଲ୍ ଡିଟେଲସ ରିପୋର୍ଟ। ଯେଉଁଥିରୁ ଜଣାପଡିବ ଶୁଭଲକ୍ଷ୍ମୀ କାହା ସହ କଥା ହଉଥିଲେ। କେତେ ସମୟ କଥା ହେଉଥିଲେ। ମୃତ୍ୟୁ ପୂର୍ବରୁ କାହାକୁ ଫୋନ୍ କରିଥିଲେ। ଗୋଟିଏ ନମ୍ବରରୁ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଏକାଧିକ ଥର କଲ ଆସିଛି। ସେହି ନମ୍ବର କାହାର ତାକୁ ନେଇ ଯାଞ୍ଚ ଚାଲିଛି।

ଅଙ୍କଲଙ୍କ ସହ ଶୁଭଲକ୍ଷ୍ମୀଙ୍କ ସମ୍ପର୍କ ନେଇ ମଧ୍ୟ ତନାଘନା ଚଳାଇଛି ପୋଲିସ। ଏସବୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତନାଘନା ଚଳାଇଛି କମିଶନରେଟ୍ ପୋଲିସ। ବର୍ତ୍ତମାନ ସୁଦ୍ଧା ପୋଲିସ ପାରିପାର୍ଶ୍ବିକ ସ୍ଥିତି, ପୋଷ୍ଟମର୍ଟମ ରିପୋର୍ଟ, ସିସିଟିଭି , ସିଡିଆର ଓ ଫରେନସିକ୍ ରିପୋର୍ଟ ଆଧାରରେ ୧୫ ଜଣଙ୍କ ବୟାନ୍ ରେକର୍ଡ କରିଛି। ସେପଟେ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.